ଯାତ୍ରାକାଳୀନ ଅସୁସ୍ଥତା ଦୂର ପାଇଁ ଚଷମା

ଅନେକ ମଣିଷ ଗତିଜ ଅସୁସ୍ଥତା ବା ଯାତ୍ରାକାଳୀନ ଅସୁସ୍ଥତା ବା ଇ˚ରେଜୀରେ ‘ମୋସନ୍‌ ସିକ୍‌ନେସ୍‌ଭୋଗୁଥିବା ଜଣାଯାଏ। ଏହି ଶାରୀରିକ ବିକାରରୁ ମଣିଷକୁ ମୁକ୍ତି ଦେବା ପାଇଁ ଫ୍ରେଞ୍ଚ୍‌ କ˚ପାନି ‘ସିତ୍ରୋୟେଁ’ ପକ୍ଷରୁ ଅଭିନବ ଚଷମା ବିକଶିତ କରାଯାଇଛି। ଏହି ଚଷମା ପିନ୍ଧିବାର ଦଶରୁ ବାର ମିନିଟ୍‌ ଭିତରେ ଗତିଜ ଅସୁସ୍ଥତା ଦୂର ହୋଇଯାଉଥିବା ପ୍ରକାଶ। ଥରେ ସୁସ୍ଥ ଅନୁଭବ ହେବା ପରେ ଅବଶିଷ୍ଟ ଯାତ୍ରା କାଳରେ ଚଷମା ପିନ୍ଧିବା ଅନାବଶ୍ୟକ। ଅର୍ଥାତ୍‌, ଅଳ୍ପ କିଛି ସମୟ ପିନ୍ଧିବା ପରେ କାଢ଼ିଦେଲେ କୌଣସି ସମସ୍ୟା ନାହିଁ; ବିକାର ଦୂର ହୋଇସାରିଥିବ। ‘ବୋର୍ଡି˚ ରିଙ୍ଗ୍‌’ ନାମକ କାରିଗରୀ କୌଶଳରେ ଏହି ଚଷମା ତିଆରି କରାଯାଇଛି। ଏହା ଭିତରେ ଏକ ପ୍ରକାରର ରାସାୟନିକ ତରଳ ପଦାର୍ଥ ରହୁଛି।

ମଣିଷ ଯାତ୍ରା କରୁଥିବା ବେଳେ ମୁଖ୍ୟତଃ ଆଖି ଓ କାନ ମାଧ୍ୟମରେ ମସ୍ତଷ୍କକୁ ସ˚କେତ ଯାଏ। କେତେକଙ୍କ କ୍ଷେତ୍ରରେ ଏହି ସ˚କେତ ହିଁ ମସ୍ତିଷ୍କକୁ ବିଭ୍ରାନ୍ତ କରାଏ ଏବ˚ ଗତିଜ ଅସୁସ୍ଥତା ସୃଷ୍ଟି ହୁଏ। ଚଷମାରେ ଥିବା ରାସାୟନିକ ପଦାର୍ଥ ଏହି ସ˚କେତ ପ୍ରେରଣ ପ୍ରକ୍ରିୟାରେ ବାଧାଦେବ। ଫଳରେ ସ˚କେତ ଯିବ ନାହିଁ କି ମସ୍ତିଷ୍କ କିଛି ଜାଣି ପାରିବନାହିଁ।

ସମ୍ବନ୍ଧିତ ଖବର