ରସୁଣଠାରୁ ଗଜା ରସୁଣ ଖାଇବା ଅଧିକ ଲାଭଦାୟକ ,ଜାଣନ୍ତୁ କିପରି?

ରସୁଣର ଉପକାରିତା ସଂପର୍କରେ ଆମେ ଉଣା ଅଧିକେ ଜାଣିଥାଉ।ଏଥିଲାଗି ଅନେକ ଲୋକ କଞ୍ଚା ରସୁଣ ଖାଇଥାନ୍ତି। କିନ୍ତୁ ଯଦି ଅଙ୍କୁରିତ ରସୁଣ ବା ଯେଉଁ ରସୁଣରେ ଗଜା ହୋଇଥିବ,ତାକୁ ଖାଇଲେ ଅଧିକ ଫାଇଦା ମିଳିଥାଏ। ଅଙ୍କୁରିତ ରସୁଣ ସେବନ ଫଳରେ କୋଲେଷ୍ଟ୍ରଲ୍‌,ରକ୍ତଚାପ ଓ ହୃଦ୍‌ଜନିତ ରୋଗ ସହିତ କର୍କଟ ଭଳି ରୋଗରୁ ମୁକ୍ତି ମିଳିଥାଏ। ନିକଟରେ ଏଗ୍ରିକଲଚର୍‌ ଆଣ୍ଡ୍‌ ଫୁଡ୍‌ କେମିଷ୍ଟ୍ରିରେ ପ୍ରକାଶିତ ଗବେଷଣା ସନ୍ଦର୍ଭରେ ଏହାର ଉଲ୍ଲେଖ ରହିଛି।

ଅଙ୍କୁରିତ ରସୁଣରେ ଫାଇଟୋ କେମିକାଲ୍‌ସ ଥାଏ , ଯାହା ମନୁଷ୍ୟକୁ କର୍କଟ ରୋଗରୁ ସୁରକ୍ଷା ଦେଇଥାଏ।ଠିକ୍‌ ସେହିପରି ଶର୍ଦ୍ଦିକାଶ ହେଉଥିଲେ ବି ତା’ର ଉପଚାର ଲାଗି ଅଙ୍କୁରିତ ରସୁଣ ଅତ୍ୟନ୍ତ ଉପଯୋଗୀ । ଅଙ୍କୁରିତ ରସୁଣରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ୍‌ ଥାଏ।ଏହା ହୃଦୟ ପାଇଁ ଅତ୍ୟନ୍ତ ଉପଯୋଗୀ।


ଏଣୁ ଯେଉଁମାନେ କଞ୍ଚା ରସୁଣ ସେବନ କରନ୍ତି,ସେମାନଙ୍କ ପାଇଁ ଗଜା ରସୁଣ ଖାଇବା ଅଧିକ ଲାଭଦାୟକ ବୋଲି ଏହି ଗବେଷଣାରେ କୁହାଯାଇଛି।

ସମ୍ବନ୍ଧିତ ଖବର