ଆଣ୍ଟି ଏଜିଂ ମେଡିସିନ୍‌ ସେବନ ଏବଂ ୨୯ଟି ସର୍ଜରିର କୁପ୍ରଭାବରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟି ନାହିଁ ତ!  

ମୁମ୍ବାଇ: ବଲିଉଡ  ଅଭିନେତ୍ରୀ  ଶ୍ରୀଦେବୀଙ୍କ  ଆକସ୍ମିକ  ଦେହାନ୍ତକୁ  ସହଜରେ  ଗ୍ରହଣ  କରି ପାରୁ ନାହାନ୍ତି  ତାଙ୍କର  ଆତ୍ମୀୟ  ସ୍ୱଜନ  ଓ ନିକଟ  ସଂପର୍କୀୟ ମାନେ,   ଶ୍ରୀଦେବୀ   ଯେ  ଏତେ ଶୀଘ୍ର  ଆଖି  ବୁଜିବେ  ଏବଂ   ହୃଦଘାତରେ  ତାଙ୍କର ମତ୍ୟୁ   ହେବ ଏଭଳି   କେହି ଆଶଙ୍କା   କରୁ ନ ଥିଲେ  ବି  କେତେଜଣ  ନିକଟ  ସଂପର୍କୀୟ ଏଭଳି  ସମ୍ଭାବନା  ଦେଖୁଥିଲେ  ବୋଲି କୁହାଯାଉଛି ।

କୁହାଯାଉଛି ଯେ ଶ୍ରୀଦେବୀ   ନିଜର  ବୟସ  କମ୍‌   ଦେଖାଇବା ଲାଗି  ଆଣ୍ଟି ଏଜିଂ  ମେଡିସିନ୍‌  ସେବନ   କରୁଥିଲେ ।  ସାଉଥ୍‌ କାଲିଫର୍ଣ୍ଣିଆର  ଜଣେ ବିଶେଷଜ୍ଞ ଡାକ୍ତରଙ୍କ  ସହ ସେ ନିୟମିତ  ପରାମର୍ଶ  କରି  ଏହି ଔଷଧ  ସେବନ  କରୁଥିଲେ ।  ଏହି ଔଷଧ ସେବନ ଫଳରେ  ଶ୍ରୀଦେବୀଙ୍କର   ରକ୍ତ  ଗାଢ  ହୋଇ ଯାଉଥିଲା ।  ଏହାର କୁପ୍ରଭାବରେ   ତାଙ୍କର ମୃତ୍ୟୁ    ହୋଇଥିବାର ଅଭିଯୋଗ  ହେଉଛି ।  ଆଉ  କେତେକ  ମିଡିଆ ରିପୋର୍ଟରେ   କୁହାଯାଉଛି  ଯେ   ଳିପ୍‌ ସର୍ଜରୀ   ଯୋଗୁଁ   ତାଙ୍କର ପ୍ରାଣହାନି   ଘଟିଛି ।  ସେ ୨୯ଟି  ସର୍ଜରି  କରିଥିବା କୁହାଯାଉଛି  । ତେବେ  ପୋଷ୍ଟ ମର୍ଟମ  ରିପୋର୍ଟରେ   କ’ଣ  କାରଣ  ଉଲ୍ଲେଖ  ରହୁଛି,   ତାହା ଉପରେ  ରହିଛି ନଜର ।

ଆଉ କେତେକ  ନିକଟ ସଂପର୍କୀୟଙ୍କ ଅନୁଯାୟୀ  ବଲିଉଡର  ଏହି  ଲାସ୍ୟମୟୀ  ନାୟିକା  ଶ୍ରୀଦେବୀ  ବେଶ୍‌  କିଛି ଦିନ ହେବ   ଖୁବ୍‌  ସିରିଅସ୍‌  ବା  ରିଜର୍ଭ  ହୋଇ ରହୁଥିଲେ ।  ସେ   କାହା ସହିତ ବିଶେଷ କଥାବାର୍ତ୍ତା   ହେଉ  ନ ଥିଲେ  ବା ମିଶୁ ନ ଥିଲେ  । ଏଥିରୁ ଅନୁମାନ    କରାଯାଉଛି  ଯେ  ଶ୍ରୀଦେବୀ ନିଶ୍ଚିତ ରୂପେ  ଚିନ୍ତାଗ୍ରସ୍ତ   ଥିଲେ ବା  କୌଣସି   ପ୍ରକାରର  ଆଶଙ୍କାରେ ଥିଲେ  ।  ରିଜର୍ଭ   ରହୁଥିବା  ଶ୍ରୀଦେବୀ  ମୃତ୍ୟୁର  କିଛି ସମୟ  ପୂର୍ବରୁ ଖୁବ୍‌  ଖୁସି   ଥିବାର କୁହାଯାଉଛି ।

photo–indianexpress

 

ଏହାର  ଆଉ ଏକ  କାରଣ    ଏହା  ବି  କୁହାଯାଉଛି  ଯେ ସେ ତାଙ୍କର  ବଡ଼ ଝିଅ  ଜାହ୍ନବୀ  କପୁରଙ୍କୁ  ନେଇ  ଚିନ୍ତିତ  ଥିଲେ ।  ଖାସ୍‌  କରି ବଲିଉଡରେ ‘  ଧଡକ୍‌’  ଫିଲ୍ମରେ   ନାୟିକା ହେବା ପରେ  ଜାହ୍ନବୀ  କୁଆଡେ ଅଧିକାଂଶ ସମୟ  ବୟଫ୍ରେଣ୍ଡ୍‌  ଇଶାନ୍‌  ଖଟ୍ଟରଙ୍କ ସହ  ବିତାଉଥିଲେ,  ଯାହାକୁ ପସନ୍ଦ  କରୁ ନଥିଲେ  ମାଆ ଶ୍ରୀଦେବୀ ।   ବାରମ୍ବାର   ବାରଣ କରିବା ସତ୍ତ୍ୱେ  ଜାହ୍ନବୀ  ତାଙ୍କ  କଥା  ମାନୁ   ନ ଥିଲେ ।   ଏହାକୁ   ନେଇ    ମାଆ-ଝିଅଙ୍କ  ଭିତରେ  ମତାନ୍ତର  ଥିଲା  ବୋଲି ମଧ୍ୟ  ଚର୍ଚ୍ଚା   ହେଉଛି

ସମ୍ବନ୍ଧିତ ଖବର