ହାସ୍ୟରସ ପରିବେଷଣ କରିବେ ଶ୍ରୀତମ୍‌ ଦାସ , ଜାଣନ୍ତୁ କିପରି

ଭୁବନେଶ୍ୱର: ଶ୍ରୀତମ୍‌ ଦାସ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ନାମୀ ଅଭିନେତା ଏବଂ ନିର୍ଦ୍ଦେଶକ । ସେ ଅଭିନେତା ଭାବେ ଅବଶ୍ୟ ଅଧିକ ଲୋକପ୍ରିୟ। ଶ୍ରୀତମ୍‌ ଦାସ ‘ସାବିତ୍ରୀ’ରୁ ‘ଦିଓ୍ଵାନା ହେଲି ତୋ’ପାଇଁ’ ଯାଏଁ ବହୁ ସିନେମାରେ ଅଭିନୟ କରିଛନ୍ତି। ଦର୍ଶକ ତାଙ୍କୁ କେତେବେଳେ ନାୟକ ତ ପୁଣି ଖଳନାୟକ ତ ପୁଣି କେତେବେଳେ ଚରିତ୍ର ଅଭିନେତା ଭୂମିକାରେ ଦେଖିବାକୁ ପାଇଛନ୍ତି।
ଶ୍ରୀତମ୍‌ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରର ମଧ୍ୟ ନିର୍ଦ୍ଦେଶନା ଦେଇ ବେଶ୍‌ ଚର୍ଚ୍ଚିତ ହୋଇଛନ୍ତି।
ଠିକ୍‌ ସେହିପରି ଶ୍ରୀତମ୍‌ ଦାସ ‘ତୁ ଥା ମୁଁ ଯାଉଛି ରୁଷି’ ଓ ‘ଦିଓ୍ଵାନା ହେଲି ତୋ’ ପାଇଁ’ ଭଳି ଦୁଇଟି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି।
ଏବେ ଶ୍ରୀତମ୍‌ଙ୍କ ହାତରେ ରହିଛି ଦୁଇଟି ଓଡ଼ିଆ ସିନେମା । ଏଥିମଧ୍ୟରୁ ଗୋଟିଏ ହେଲା ‘ଆଣ୍ଟି ନମସ୍କାର’। ଏହି ସିନେମାରେ ସୁଟିଂ ସରିଥିଲେ ବି ତାହା ପରଦାକୁ ଆସି ପାରିନାହିଁ। ଏଥିରେ ଶ୍ରୀତମ୍‌ ଶୀର୍ଷକ ଭୂମିକାରେ ନଜର ଆସିବେ।
ଏଇ ନିକଟରେ ଶ୍ରୀତମ୍‌ ଅନ୍ୟ ଏକ ସିନେମାରେ କାମ କରିଛନ୍ତି। ଏହି ଓଡ଼ିଆ ଚଳଚ୍ଚିତ୍ରର ଶୀର୍ଷକ ହେଲା ‘ପ୍ରେମ ପାଇଁ ମହାଭାରତ’। ପ୍ରଦୀପ କିଶୋର ଆଚାର୍ଯ୍ୟ ଏହାର ପ୍ରଯୋଜକ ଓ ନିରଂଜନ ବେହେରା ନିର୍ଦ୍ଦେଶକ। ଏହି ଫିଲ୍ମରେ ଶ୍ରୀତମ୍‌ ଦାସଙ୍କୁ ଏକ ଭିନ୍ନ ଧରଣର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

ଶ୍ରୀତମ୍‌ ଦାସ ‘ପ୍ରେମ ପାଇଁ ମହାଭାରତ’ ରେ ଅର୍ଜୁନ ଚରିତ୍ରରେ ଅଛନ୍ତି। ସେହି ଫିଲ୍ମରେ ତାଙ୍କ ରୋଲ୍‌ଟି ଦମ୍‌ଦାର ବୋଲି କହିଛନ୍ତି ନିଜେ ଶ୍ରୀତମ୍‌ । ତେବେ ଏହା ଏକ ହାସ୍ୟରସିକ ଚରିତ୍ର ବୋଲି ସେ କହିଛନ୍ତି। ଅର୍ଥାତ୍‌ କିଛି ଦିନ ବ୍ୟବଧାନରେ ଶ୍ରୀତମ ଦାସ ପରଦା ଉପରେ ହାସ୍ୟର ପରିବେଷଣ କରିବେ। ‘ପ୍ରେମ ପାଇଁ ମହାଭାରତ’ ରେ ସମ୍ବିତ, ରୀୟା, ବବି ମିଶ୍ର, ପିଣ୍ଟୁ ନନ୍ଦ ଓ ମିହିର ଦାସ ପ୍ରମୁଖ ମଧ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର