ଭୁବନେଶ୍ୱର: ନୂଆଦିଲ୍ଲୀରେ ମଙ୍ଗଳବାର ଉଦ୍ଯାପିତ ରାଜ୍ୟଗୋଷ୍ଠୀ ଚେସ୍ ପ୍ରତିଯୋଗିତାରେ ଦୁଇ ଓଡ଼ିଆ ପୁଅ ଦେବାଶିଷ ଦାସ, ମନୀଷ କୁମାର (୨୦୦୬) ଏବଂ କିରଣ ମନୀଷା ମହାନ୍ତି କାଂସ୍ୟ ପଦକ ଜିତିଛନ୍ତି। ଓପନ୍ ବର୍ଗରେ ଖେଳିିଥିବା ରାଜ୍ୟର ଏକମାତ୍ର ଗ୍ରାଣ୍ଡମାଷ୍ଟର୍ ଦେବାଶିଷ ଦାସ ୯ ରାଉଣ୍ଡ୍ରୁ ୭ ପଏଣ୍ଟ୍ ପାଇ ୬ ଜଣଙ୍କ ସହ ମିଳିତ ଦ୍ୱିତୀୟରେ ରହିଥିଲେ। କିନ୍ତୁ ଟାବୁଲାର୍ ସ୍କୋରିଂରେ ଦିଲ୍ଲୀ ଗ୍ରାଣ୍ଡମାଷ୍ଟର ବୈଭବ ସୁରୀଙ୍କ (୫୨.୫-୫୨.୦୦)ପଛକୁ ରହି କାଂସ୍ୟ ପଦକ ଜିତିଥିଲେ। ଅନ୍ତର୍ଜାତୀୟ ମାଷ୍ଟର୍ ପି କାର୍ତିକେୟନ୍ ୭.୫ ପଏଣ୍ଟ୍ ସହିତ ସ୍ୱର୍ଣ୍ଣ ବିଜେତା ହୋଇଥିଲେ। ଡବ୍ଲ୍ୟୁଜିଏମ୍ କିରଣ ମନୀଷା ମହାନ୍ତି (୬) ମହିଳା ବର୍ଗରେ ତାନିଆ ଓ ମହାଲକ୍ଷ୍ମୀଙ୍କ ପଛକୁ ରହି କାଂସ୍ୟ ଜିତିତିଲେ। ଓଡ଼ିଆଙ୍କ ମଧ୍ୟରେ ବୈଭବ ମିଶ୍ର (୫.୫), ମହିତୋଷ ଦେ (୫), ସୁଶୋଭିତ ଦାସ (୫), ରାଜେଶ ନାୟକ (୪.୫), ଅଂଶୁମାନ ସାମଲ (୪.୫) ଶୀର୍ଷ ୧୦୦ ଭିତରେ ରହିଥିଲେ। ୨୫ ବର୍ଷୀୟ ଦେବାଶିଷ (୨୫୨୨) ୬ ପଏଣ୍ଟ୍ ଫଇଦା ପାଇବେ। ଷଷ୍ଠ ରାଉଣ୍ଡ୍ରେ ଆଇଏମ୍ ଜି ଆକାଶଙ୍କଠାରୁ ହାରିବାକୁ ଛାଡ଼ିଦେଲେ ଦେବାଶିଷ ଅପରାଜିତ ରହିଥିଲେ। ୬ ବିଜୟ ଏବଂ ୨ ଅମୀମାଂସିତ ରଖିଥିଲେ। ଚତୁର୍ଥ ରାଉଣ୍ଡ୍ରେ ରେଳବାଇ ଗ୍ରାଣ୍ଡମାଷ୍ଟର୍ ଆର୍ ଆର୍ ଲକ୍ଷ୍ମଣ, ନବମ ରାଉଣ୍ଡ୍ରେ ପିଏସ୍ପିବି ଗ୍ରାଣ୍ଡମାଷ୍ଟର୍ ଏମ୍ଆର୍ ଲଳିତ ବାବୁଙ୍କ ସହ ପଏଣ୍ଟ ବାଣ୍ଟିବା ଏବଂ ରୌପ୍ୟ ବିଜେତା ବୈଭବ ସୁରୀଙ୍କୁ ଅଷ୍ଟମ ରାଉଣ୍ଡ୍ରେ ହରାଇବା ଉଲ୍ଲେଖନୀୟ ଥିଲା।
ରାଜ୍ୟଗୋଷ୍ଠୀ ଚେସ୍ ଦେବାଶିଷ, ମନୀଷ, କିରଣଙ୍କୁ କାଂସ୍ୟ
/sambad/media/post_attachments/wp-content/uploads/2018/07/lic-matter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)