ଏହି ଅଭିନେତାଙ୍କ ଯୋଗୁଁ ସୁଲକ୍ଷଣା ପଣ୍ଡିତ ଅବିବାହିତା ରହିଗଲେ

ମୁମ୍ବାଇ: ସୁଲକ୍ଷଣା ପଣ୍ଡିତ ହେଲେ ଗାୟିକା ଓ ନାୟିକା। ତାଙ୍କର ଜୀବନର ଖୁବ୍‌ ସଂଘର୍ଷମୟ। ତାଙ୍କ ପିତା ପ୍ରତାପ ନାରାୟଣ ଜଣେ ଶାସ୍ତ୍ରୀୟ ଗାୟକ ଥିଲେ। ସେମାନେ ଛଅ ଭାଇ ଭଉଣୀ ଥିଲେ। ତାଙ୍କର ଭାଇମାନେ ହେଲେ ମନ୍ଦିର୍‌ ପ୍ରଖ୍ୟାତ୍‌ ସଙ୍ଗୀତ ନିର୍ଦ୍ଦେଶକ ଯତିନ ଓ ଲଳିତ। ଭଉଣୀମାନେ ହେଲେ ମାୟା ,ସଂନ୍ଧ୍ୟା ଓ ଅଭିନେତ୍ରୀ ବିଜେତା।
ପିତାଙ୍କ ଆକସ୍ମିକ ମୃତ୍ୟୁପରେ ପରିବାରର ଭରଣ ପୋଷଣ ଦାୟିତ୍ୱ ପଡ଼ିଥିଲା ସୁଲକ୍ଷଣାଙ୍କ ଉପରେ। ୧୯୬୭ ମସିହାରେ ସେ ବଲିଉଡ଼୍‍ରେ କଣ୍ଠଶିଳ୍ପୀ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ୧୯୮୮ ମସିହା ଯାଏଁ ସେ ବିଭିନ୍ନ ସିନେମାରେ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ କାମ କରିଲେ।
ଏହାପରେ ତାଙ୍କୁ ବଡ଼ ପରଦାରେ ନାୟିକା ହେବାର ମଧ୍ୟ ସୁଯୋଗ ମିଳିଲା। ସତୁରି ଦଶକରେ ସେ ହେଲେ ଜଣେ ନାମୀ ନାୟିକା। ନାୟିକା ଭାବେ ସୁଲକ୍ଷଣା ଜିତେନ୍ଦ୍ର,ସଂଜୀବ୍‌ କୁମାର,ରାଜେଶ ଖାନ୍ନା,ଅମିତାଭ ବଚ୍ଚନ,ବିନୋଦ ଖାନ୍ନା, ରାଜ୍‌ ବବର ପ୍ରମୁଖଙ୍କ ସହିତ କାମ କରିବାର ସୁଯୋଗ ପାଇଛନ୍ତି। ତାଙ୍କ ଅଭିନୀତ ହିଟ୍‌ ହିନ୍ଦୀ ସିନେମାଗୁଡ଼ିକ ହେଲା-ହେରାଫେରି,ଅପ୍‌ନାପନ୍‌,ସଂକୋଚ,ଖାନ୍‌ଦାନ୍‌,ରାଜ୍‌,ବାଗଦାଦ୍‌ କା ଚୋର୍‌,ଓ୍ଵକ୍ତ କୀ ଦିଓ୍ଵାର୍‌,ଚେହେରେ ପେ ଚେହେରା।,ସଲାଖେଁ,ଧରମକାଣ୍ଟା ଇତ୍ୟାଦି।
୧୯୬୭ରେ ମୁକ୍ତିଲାଭ କରିଥିବା ସିନେମା ‘ତକଦୀର୍‌’ରେ ଲତା ମଙ୍ଗେସକରଙ୍କ ସହିତ‘ସାତ୍‌ ସମୁନ୍ଦର୍‌ ପାର୍‌ ସେ……’ଗୀତରେ ପ୍ରଥମେ କଣ୍ଠଦାନ କରିଥିଲେ ସୁଲକ୍ଷଣା ପଣ୍ଡିତ।ସେ ପ୍ରଖ୍ୟାତ କଣ୍ଠଶିଳ୍ପୀ ମହମ୍ମଦ୍‌ ରଫି,କିଶୋରକୁମାର,ମହେନ୍ଦ୍ର କପୁର,ଶୈଳେନ୍ଦ୍ର ସିଂ,ୟେଶୁ ଦାସ ଓ ଉଦିତ୍‌ ନାରାୟଣ ପ୍ରମୁଖଙ୍କ ସହିତ ଦ୍ୱୈତ ସଙ୍ଗୀତରେ ବି କଣ୍ଠଦାନ କରିଛନ୍ତି। ୧୯୮୦ରେ ‘ଜଜ୍‌ବାତ୍‌’ନାଆଁରେ ତାଙ୍କର ଏକ ସୋଲୋ ମ୍ୟୁଜିକ୍‌ ଆଲବମ୍‌ ମଧ୍ୟ ରିଲିଜ୍‌ ହୋଇଥିଲା।


‘ଉଲଝନ୍‌’ ସିନେମାରେ କାମ କରୁଥିବାବେଳେ ଦକ୍ଷ ଅଭିନେତା ସଂଜୀବ କୁମାର ଓ ସୁଲକ୍ଷଣା ପଣ୍ଡିତ ପରସ୍ପରପ୍ରତି ଆକୃଷ୍ଟ ହୋଇଥିଲେ। କିନ୍ତୁ ପ୍ରେମକୁ ସଫଳ ରୂପ ଦେବା ପୂର୍ବରୁ ସଂଜୀବ କୁମାର ଆରପାରିକୁ ଚାଲିଯାଇଥିଲେ । ଏହାପରେ ସୁଲକ୍ଷଣା ପଣ୍ଡିତ ଅବିବାହିତ ରହିଗଲେ। ୨୦୦୨ରେ ତାଙ୍କ ପାଖରେ କିଛି ନ ଥିଲା। ତାଙ୍କୁ ନିଜର ଘର ମଧ୍ୟ ବିକିବାକୁ ପଡ଼ିଲା।

ସମ୍ବନ୍ଧିତ ଖବର