ଚାହା ପିଉଥିବା ଲୋକେ ଅଧିକ ସୃଜନଶୀଳ !

ଏବେ ତ ଶୀତ ଋତୁ । ଏଭଳି ସମୟରେ ପାନୀୟଭାବେ ସବୁଠୁ ବେଶି ଆବଶ୍ୟକତା ପଡ଼େ ଚାହା । କିଛି ଲୋକ ଖରା ହେଉ କି ଶୀତ ବହୁତ ଚାହା ପିଇଥାନ୍ତି। ଅଧିକ ଚାହା ପିଉଥିବା ଲୋକଙ୍କ ପାଇଁ ଖୁସି ଖବର।ଏକ ନୂତନ ଗବେଷଣାରୁ ଜଣାଯାଇଛି ଯେ,ଚାହା ପିଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କର ସ୍ୱଚ୍ଛତା ବୃଦ୍ଧି ପାଇଥାଏ ଏବଂ ଆପଣଙ୍କ ଭିତରେ କାମ କରିବାର କ୍ଷମତା ବଢ଼ିଥାଏ।

କେଫିନ୍‌ ଓ ଥିନାଇନ୍‌ ମନୁଷ୍ୟର ସତର୍କ ଦୃଷ୍ଟିରେ ସହାୟକ ହୋଇଥାଏ। କିଛି ଦିନ ତଳେ ମନୋଚିକିତ୍ସକମାନେ ୨୩ ବର୍ଷ ବୟସ୍କ ୫୦ ଜଣ ଛାତ୍ରଙ୍କୁ ନେଇ ଏକ ଗବେଷଣା କରିଥିଲେ। ଏମାନଙ୍କ ମଧ୍ୟରୁ ଅଧା ସଂଖ୍ୟକ ପିଲାଙ୍କୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏକ ଗ୍ଲାସ୍‌ ପାଣି ପିଇବାକୁ ଦିଆ ଯାଇଥିଲା ଓ ଅନ୍ୟମାନଙ୍କୁ ଏକ କପ୍‌ ଚାହା ଦିଆ ଯାଇଥିଲା। କାମ ସରିବାପରେ ସେମାନଙ୍କର ସୃଜନାତ୍ମକ କ୍ଷମତା ଉପରେ ପରୀକ୍ଷା କରାଯାଇଥିଲା।

photo-hindustantimes

ଏହି ଗବେଷଣାରୁ ଜଣାପଡ଼ିଲା ଯେ,ଯେଉଁମାନେ ଚାହା ପିଇ କାମ କରିଥିଲେ,ସେମାନଙ୍କର ସୃଜନାତ୍ମକ ଦକ୍ଷତା ଭଲ।ଏଥିରେ ବ୍ଲକ୍‌ ବିଲଡ଼ିଂ ଟେଷ୍ଟରେ ଚାହା ପିଇଥିବା ଛାତ୍ରମାନେ ୯.୫୪ ଅଙ୍କ ପାଇଥିବାବେଳେ ଜଳ ପିଇଥିବା ଲୋକଙ୍କର ଅଙ୍କ ଥିଲା ୬.୦୩। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ,ଚାହା ପିଇ କାମ କରୁଥିବା ଲୋକଙ୍କର ସୃଜନାତ୍ମକ କ୍ଷମତା ବେଶୀ, କାରଣ ଚାହାରେ କେଫିନ୍‌ ଓ ଥିନାଇନ୍‌ ଭଳି ପଦାର୍ଥ ରହିଛି। ଏଣୁ ଅଧିକ ଚାହା ପିଇବାରେ କିଛି ଅସୁବିଧା ନାହିଁ,ବରଂ ଏହା ଆପଣଙ୍କୁ ଫାଇଦା ଦେବ ବୋଲି ମନେ ରଖନ୍ତୁ।

ସମ୍ବନ୍ଧିତ ଖବର