ଲସ୍କରରେ ସାମିଲ ପାଇଁ ଆହ୍ଵାନ

ଲକ୍ଷ୍ନୌ: ହ୍ଵାଟ୍ସ ଆପ୍‌ରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାରେ ସାମିଲ ହେବାର ନିମନ୍ତ୍ରଣ ଆସିବା ପରେ ସାରା ଉତ୍ତରପ୍ରଦେଶରେ ଏନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରାଜ୍ୟର କିଛି ହ୍ଵାଟ୍ସଆପ୍‌ ଗ୍ରୁପ୍‌କୁ ଏହି ଆତଙ୍କବାଦୀ ସଂଗଠନରେ ସାମିଲ ହେବା ନେଇ ଲିଙ୍କ ଇନ୍‌ଭାଇଟେସନ ଆସିଛି। ଏନେଇ ଜଣେ ଯୁବକ ଲକ୍ଷ୍ନୌ ସାଇବର ସେଲରେ ଅଭିଯୋଗ କରିବା ପରେ ଆତଙ୍କବାଦ ନିରୋଧୀ ସ୍କ୍ଵାର୍ଡ (ଏଟିଏସ୍‌)ଏନେଇ ତଦନ୍ତ ଆରମ୍ଭ କରିଦେଇଛି। ରାଜସ୍ଥାନର ଭିଲଓ୍ଵାଡା ସ୍ଥିତ ଜଣେ ନବମ ଶ୍ରେଣୀ ଛାତ୍ର ଏହି ଆତଙ୍କବାଦୀ ସଂଗଠନର ଗ୍ରୁପ୍‌ ତିଆରି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିଗତ ୩ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ ଅନେକ ଥର ଆତଙ୍କବାଦ ପ୍ରାୟୋଜିତ ଦୁର୍ଘଟଣା ଘଟିବା ପରେ ପୁଲିସ୍‌ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର