ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଏମ୍ସ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇ ଜଣ ରୋଗୀ ୪୮ଘଣ୍ଟାରେ ୬ଜଣଙ୍କ ଜୀବନ ବଞ୍ଚାଇଥିବା ଜଣା ପଡ଼ିଛି। ମଙ୍ଗଳବାର ଡାକ୍ତରଖାନା ପକ୍ଷରୁ ଏହି ସୂଚନା ଦିଆଯାଇଥିବା ବେଳେ ଖବରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି। ଡାକ୍ତରଖାନା ପକ୍ଷରୁ କୁହାଯାଇଛି କି, ଦୁଇ ଜଣ ରୋଗୀଙ୍କ ବ୍ରେନ୍ ଡେଡ୍ ହେବା ପରେ ତାଙ୍କ ପରିବାର ଲୋକଙ୍କ ଅନୁମତିକ୍ରମେ ସେମାନଙ୍କ ଅଙ୍ଗଦାନ କରାଯାଇଥିଲା। ଯାହା ପାଇଁ ଆଜି ୬ଜଣ ଲୋକ ନୂଆ ଜୀବନ ପାଇ ପାରିଛନ୍ତି।
BioSpectrum Indiaଏମ୍ସ ଡାକ୍ତରଙ୍କ କହିବା ଅନୁଯାୟୀ, ଦୁଇଜଣ ରୋଗୀଙ୍କ ଶରୀରରୁ ଦୁଇଟି କିଡନି, ଦୁଇଟି ଯକୃତ ଏବଂ ଦୁଇଟି ହୃଦୟ କଢ଼ାଯାଇ ୭ଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଦୁଇଟି କିଡନି ଆରଏମଏଲ୍ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ସେଠାରେ ଦୁଇ ରୋଗୀଙ୍କ ଶରୀରରେ ଏହାକୁ ପ୍ରତିରୋପଣ କରାଯାଇଥିଲା। ଦୁଇଟି ଯକୃତ ଏବଂ ଦୁଇଟି ହୃଦୟକୁ ଏମ୍ସରେ ଏବଂ ରାମ ମୋହନ ଲୋହିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ବେଳେ ମୃତ ଦୁଇ ଯୁବକଙ୍କ ଶରୀରର ଅନ୍ୟ ଅଙ୍ଗକୁ ଏବେ ସୁରକ୍ଷିତ ଭାବେ ଡାକ୍ତରଖାନାରେ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Delhi-AIIMS-19_Thumb.jpg)