ଆପଣ ଖାଉଥିବା ପରିବା ଆମେରିକାରେ କେତେ ଟଙ୍କାରେ ମିଳେ ଜାଣନ୍ତୁ

ଭୁବନେଶ୍ୱର: କେବେ ଭାବିଛନ୍ତି କି ଆମେ ଖାଉଥିବା ପରିବାର ମୂଲ୍ୟ ବିଦେଶରେ କେତେ? ଆଜି ଆମେ ଆପଣଙ୍କୁ କହିବୁ ସୁଦୂର ଆମେରିକାରେ ଆମର ନିତିଦିନିଆ ବ୍ୟବହୃତ ଶାଗ ଓ ପରିବା ମୂଲ୍ୟ କେତେ | ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ୟୁଟ୍ୟୁବର ତଥା ଓଡ଼ିଆ ଝିଅ ରିତୁ ନନ୍ଦ ଆମକୁ ସେଠାକାର ପରିବା ମୂଲ୍ୟ ବାବଦରେ ସୂଚନା ଦେଇଛନ୍ତି | ଆମର ନିତିଦିନିଆ ତରକାରୀରେ ବ୍ୟବହୃତ ହେଉଥିବା ପ୍ରାୟ ସମସ୍ତ ପରିବା ଆମେରିକାରେ ମଧ୍ୟ ମିଳିଥାଏ | ଯଦି କେହି ଭାବୁଥିବ ଯେ ଆମେରିକା ଗଲେ କିଭଳି ପରିବା ମିଳିପାରିବ, ସେମିତି କିଛି କଥା ନାହିଁ | ଓଡ଼ିଶାର ଘରେ ଘରେ ପରିଚିତ ପୋଇ, ଖଡା ଶାଗ, କଳମୀ ଶାଗ କଖାରୁ ଫୁଲ ସହ ସଜନା ଶାଗ ମଧ୍ୟ ଆମେରିକାରେ ମିଳିଥାଏ |

ଏବେ ନଜର ପକାନ୍ତୁ ଆମେରିକାରେ କେଉଁ ପରିବା ର ମୂଲ୍ୟ କେତେ ଟଙ୍କା ଅଛି |
ଖଡା ଶାଗ ବିଡା: ୧୦୦ ଟଙ୍କା, କଖାରୁ ଶାଗ ବିଡା: ୧୦୦ ଟଙ୍କା , ଜହ୍ନି କିଲୋ ପିଛା: ୧୦୦ ଟଙ୍କା,ପିଆଜ ଅଧା କିଲୋ: ୭୦ ଟଙ୍କା, ଆଳୁ ଅଧା କିଲୋ ୭୦ ଟଙ୍କା, ସଜନା ଛୁଇଁ : ୪୦୦ ଟଙ୍କା ଅଧା କିଲୋ, ବାଇଗଣ ଅଧା କିଲୋ ୧୦୦ ଟଙ୍କା

ବଡ କଥା ହେଉଛି ଯେ ମାଣବସା ଗୁରୁବାର ଓ ପ୍ରଥମାଷ୍ଟମୀ ଭଳି ଓଡ଼ିଆ ପର୍ବପର୍ବାଣୀରେ ବ୍ୟବହୃତ ହେଉଥିବା ହଳଦୀ ପତ୍ର ସହ ଗେଣ୍ଡୁ ଫୁଲ, ସାରୁ ପତ୍ର ମଧ୍ୟ ଆମେରିକାରେ ମିଳିଥାଏ | ଆପଣ ମୂଲ୍ୟ ପଢି ଅଧିକ ଭାବୁଥିବେ କିନ୍ତୁ ତେବେ ଆପଣଙ୍କୁ କହିରଖୁଛୁ ଭାରତୀୟ ମୁଦ୍ରା ହିସାବରେ ତୁଳନା କଲେ ମୂଲ୍ୟ ଭାରତୀୟ ପରିବା ଭଳି ପ୍ରାୟ ଠିକ ଅଛି | ବିଶେଷ କରି କାଲିଫର୍ଣ୍ଣିଆ ସହରର ନିକଟବର୍ତ୍ତୀ ଅଞ୍ଚଳ ମିଲପିଟାସରେ ଏହି ସବୁ ପରିବା ଓ ଶାଗ ଚାଷ ହୋଇଥାଏ |

ତଥ୍ୟ ସୌଜନ୍ୟ: ଓଡ଼ିଆ ବିୟୁଟି ଆଣ୍ଡ ଲାଇଫଷ୍ଟାଇଲ

ସମ୍ବନ୍ଧିତ ଖବର