ମାଆ ସାଜିଲା ରାକ୍ଷସୀ, ପ୍ରେମିକ ସହିତ ରହିବା ପାଇଁ ଦୁଇ ପୁଅଙ୍କୁ ବିଷ ଦେଇ ହତ୍ୟା

ଚେନ୍ନାଇ:  ଚେନ୍ନାଇର ଜଣେ ୩୩ ବର୍ଷୀୟ ମହିଳା ନିଜ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହିତ ରହିବା ପାଇଁ ଅଭାବନୀୟ କାଣ୍ଡ ଘଟାଇଛନ୍ତି। ଏକ ଘରୋଇ ବ୍ୟାଙ୍କରେ ଚାକିରି କରୁଥିବା ସ୍ୱାମୀଙ୍କୁ ଛାଡ଼ି ବିରିଆନି ଦୋକାନରେ କାମ କରୁଥିବା ପ୍ରେମିକଙ୍କ ସହିତ ଘରୁ ଲୁଚି ପଳାଇବା ପାଇଁ ଚାହୁଁଥିବା  ମହିଳାଙ୍କ ପାଇଁ ତାଙ୍କର ୭ ବର୍ଷ ଓ ୪ ବର୍ଷର ଦୁଇ ପୁଅଙ୍କ ଉପସ୍ଥିତି ବାଧକ ସାଜି ଥିଲା। ଉଭୟଙ୍କୁ ବିଷ ଦେଇ ହତ୍ୟା କରିବା ପରେ ମହିଳାଜଣକ ବାହାରୁ ତାଲା ପକାଇ ଫେରାର ହୋଇ ଯାଇଛନ୍ତି। ରାତିରେ ସ୍ୱାମୀ ଘରକୁ ଫେରିବା ପରେଏହି ଘଟଣା ଜାଣିବା ପରେ ପୁଲିସକୁ ସୂଚନା ଦେଇଛନ୍ତି। ପୁଲିସ ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ମହିଳାଙ୍କୁ ଠାବ କରି ପାରି ନ ଥିବା ବେଳେ ତାଙ୍କ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରିଛି। ମହିଳା ଜଣକ ତାଙ୍କ ଦୁଇ ଶୁଶୁପୁତ୍ରଙ୍କୁ ହତ୍ୟା କରିଥିବା ପୁଲିସ ନିକଟରେ ତାଙ୍କ ପ୍ରେମିକ ସ୍ୱୀକାର କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅବିରାମି ଓ ତାଙ୍କ ସ୍ୱାମୀ ବିଜୟଙ୍କ ମଧ୍ୟରେ ୮ ବର୍ଷ ତଳେ ବିବାହ ହୋଇଥିଲା ।ସେମାନଙ୍କର ୭ ବର୍ଷର ଓ ୪ ବର୍ଷର ଦୁଇ ପୁଅ ଥିଲେ।  ତେବେ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ବିଜୟ ଡ୍ୟୁଟିକୁ ଗଲାପରେ ଅବିରାମି ପରକୀୟ ପ୍ରୀତିରେ ମାତୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ଘରକୁ ଫେରି ବିଜୟ ଦେଖଥିଲେ ଯେ ତାଙ୍କ ଘର ବାହାରପଟୁ ତାଲା ପଡ଼ିଛି। ତେଣୁ ସେ ପତ୍ନୀ ଅବିରାମିଙ୍କ ମୋବାଇଲ ଫୋନଖୁ କଲ ନ କରିଥିଲେ। ମାତ୍ର ତାହା ସୁଇଚ ଅଫ୍‌ ଥିବାରୁ ବିଜୟ କବାଟ ଭାଙ୍ଗି ଘର ଭିିତରକୁ ଯାଇଥିଲେ। ଘର ଭିତରେ ଖଟ ଉପରେ ତାଙ୍କ ଦୁଇ ପୁଅଙ୍କ ପାଟିରୁ ଫେଣ ବାହାରୁଥିବା ଅବସ୍ଥାରେ ପଡ଼ିଥିବା ଦେଖି ସେ ଆମ୍ବୁଲାନ୍ସ ଡକାଇ ସେମାନଙ୍କୁ ଡାକ୍ତରଖାନା ନେଇଥିଲେ। ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।ସୂଚନା ପାଇ କୁନ୍ଦ୍ରାଥୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ଥିଲା ଯେ ସୁନ୍ଦରମ୍‌ ନାମକ ଜଣେ ଯୁବକ ଅବିରାମିଙ୍କ ଘର ପାଖରେ ଥିବା ଏକ ବିିରିଆନି ଦୋକାନରେ କାର୍ଯ୍ୟ କରେ। ତାଙ୍କ ସହିତ ଅବିରାମିଙ୍କର ପରକୀୟ ପ୍ରୀତି ଥିଲା। ତେଣୁ ପୁଲିସ ଏହି ଘଟଣାରେ ସୁନ୍ଦରମଙ୍କୁୁ  ଆଣି ପଚାରିବାରୁ ସେ କହିଥିଲେ ଯେ ଅବିରାମିଙ୍କର ତାଙ୍କ ସହିତ ଅନୈତିକ ସମ୍ପର୍କ ଥିଲା ଓ ତାଙ୍କ ସହିତ ଆସି ରହିବା ପାଇଁ ତାଙ୍କର ଦୁଇ ପୁଅଙ୍କୁ ଏପରି ବିଷଦେଇ ହତ୍ୟା କରିଛି। ତେବେ ପୁଲିସ ଅବିରାମିଙ୍କ ସ୍କୁଟରଟିକୁ  ବସ ଷ୍ଟାଣ୍ଡରୁ ଠାବ କରିଥିବା ବେଳେ ବିଭିନ୍ନ ସିସିଟିଭି ପୁଟେଜ ସଂଗ୍ରହ କରି ଅବିରାମି ସନ୍ଦିିଗ୍ଧ ଭାବେ ଏକ ବସ୍‌ରେ ବସି ଫେରାର ହୋଇଯାଉଥିବା ପୁଲିସ ଫୁଟେଜରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର