ଫିନଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସନୀୟ ପ୍ରସ୍ତାବ: ସପ୍ତାହକୁ ୪ଦିନ ଓ ଦିନକୁ ୬ଘଣ୍ଟା କାମ କରିବେ କର୍ମଚାରୀ

ନୂଆଦିଲ୍ଲୀ: ଅଫିସ ଯାଉଥିବା ପ୍ରତ୍ୟେକ କର୍ମଚାରୀଚାରୀଙ୍କ ମନ‌ରେ ଏକ ବଡ଼ ‌କ୍ଷୋଭ ରହିଥାଏ। ଆଉ ସେଇଟି ହେଲା, ସପ୍ତାହକୁ ୬ଦିନ କାମ କରିବାକୁ ପଡ଼ୁଥିବା ବେଳେ ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହ ସମୟ ବିତାଇବା ପାଇଁ ସେମାନଙ୍କୁ ମାତ୍ର ଗୋଟେ ଦିନ ମିଳିଥାଏ। ଏଭଳି ପରିସ୍ଥିତିରେ କର୍ମଚାରୀମ‌ା‌ନେ ସପ୍ତାହକୁ ୨-୩ଦିନ ଛୁଟି ଓ କାମ କରିବାର ସମୟ କମିବାର ସ୍ବପ୍ନ ଦେଖିଥାନ୍ତି। ତେବେ ଭାରତରେ ଏବେ ସେ ସୁବିଧା ମିଳିବାର କୌଣସି ସମ୍ଭାବନା ନଥିବା ବେଳେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ଏବେ ଏ ନେଇ ପ୍ରସ୍ତାବ ରଖିଥିବା ଜଣା ପଡ଼ିଛି। ସପ୍ତାହକୁ ୪ଦିନ କର୍ମଚାରୀମାନେ କାମ କରିବା ସହ ଦିନକୁ ୬ଘଣ୍ଟା କାମ କରିବା ନେଇ ଏକ ନୂଆ ନିୟମ ଆଣିବା ପାଇଁ ପ୍ରସ୍ତାବ ରଖିଛନ୍ତି ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସନ୍ନା ମାରିନ୍।

ପ୍ରଧାନମନ୍ତ୍ରୀ ସନ୍ନା ମାରିନ୍ ବିଶ୍ବର କନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଜଣା ଯାଉଥିବା ବେଳେ ତାଙ୍କର ଏଭଳି ପ୍ରସ୍ତାବକୁ  ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ସନ୍ନା ମାରିନଙ୍କ କହିବା ମୁତାବକ, ଲୋକମାନଙ୍କୁ ନିଜ ପରିବାର, ନିଜ ଜୀବନରେ ସେମାନେ କ’ଣ ଚାହୁଛନ୍ତି ଓ ନିଜକୁ ଅଧିକ ସମୟ ଦେବା ଦରକାର। ଏହା ସହ ସପ୍ତାହକୁ ୩ଦିନ ଛୁଟି ମିଳିବା ଦ୍ବାରା କର୍ମଚାରୀମାନଙ୍କର କାର୍ଯ୍ୟ କରିବାର କ୍ଷମତା ମଧ୍ୟ ବଢ଼ିବ। ତେବେ ଏ ନେଇ ପ୍ରଧାନମନ୍ତ୍ରୀ ସନ୍ନା ମାରିନ୍ ପ୍ରସ୍ତାବ ରଖିଥିବା ବେଳେ ତାଙ୍କର ଏଭଳି ପ୍ରସ୍ତାବକୁ ବିରୋଧି ଦଳ ମଧ୍ୟ ସମର୍ଥନ କରିଥିବା ଜଣା ପଡ଼ିଛି। ସବୁକିଛି ଠିକ୍ ରହି‌ଲେ ଖୁବଶୀଘ୍ର ଏହି ନିୟମ ଫିନଲାଣ୍ଡରେ ଲାଗୁ ହେବାର ସମ୍ଭାବନା ରହିଛି।

Image result for sanna marin
Al Jazeera

ତେବେ ଫିନଲାଣ୍ଡ ପୂର୍ବରୁ ସ୍ବିଡେନରେ ଦିନକୁ ୬ଘଣ୍ଟା କାମ କରିବାର ନିୟମ ତିଆରି କରାଯାଇଥିଲା। ଯାହାଦ୍ବାରା କର୍ମଚାରୀମାନଙ୍କ କାମ ପ୍ରତି ଇଚ୍ଛା ବଢ଼ିବା ସହ କମ୍ପାନିମାନଙ୍କର ଲାଭ ହୋଇଥିଲା।

ସମ୍ବନ୍ଧିତ ଖବର