ସାଓମି ଲଞ୍ଚ୍‌ କଲା ରେଡମିି-୫ ଓ ରେଡମି-୫ ପ୍ଲସ୍‌

ଖୁବଶୀଘ୍ର ଭାରତୀୟ ବଜାରକୁ ଆସିବ

ଚାଇନିଜ୍‌ ସ୍ମାର୍ଟଫୋନ ନିର୍ମାତା ସାଓମି ପକ୍ଷରୁ ନିଜର ବଜେଟ୍‌ ସ୍ମାର୍ଟଫୋନ ବର୍ଗରେ ଆଉ କେତେକ ନୂଆ ଫୋନ ଲଞ୍ଚ କରାଯାଇଛି । ଗୁରୁବାରଦିନ କମ୍ପାନି ପକ୍ଷରୁ ଲଞ୍ଚ୍‌ କରାଯାଇଛି ସାଓମି ରେଡମି-୫ ଓ ରେଡମି-୫ ପ୍ଲସ୍‌ । ଏହି ଦୁଇଟି ମଡେଲ ଏବେ ଚୀନ ବଜାରରେ ଉପଲବ୍ଧ ଥିବାବେଳେ ଖୁବଶୀଘ୍ର ଭାରତରେ ଉବଲବ୍ଧ ହେବାକୁ ଯାଉଛି । ଏହି ଦୁଇଟି ଫୋନକୁ ସାଓମିର ଲୋକପ୍ରିୟ ନୋଟ୍‌-୪ ସିରିଜ୍‌ର ନୂଆ ପିଢି ବୋଲି କୁହାଯାଉଛି ।

ସାଓମୀ ରେଡମି-୫ ଦୁଇଟି ଭାରିଆଣ୍ଟ ୨ଜିବି ର‍୍ୟାମ, ଓ ୧୬ ଜିବି ଷ୍ଟୋରେଜ୍‌ ଏବଂ ୩ ଜିବି ର‍୍ୟାମ ଓ ୩୨ ଜିବି ବିଲ୍ଚ-ଇନ-ଷ୍ଟୋରେଜ୍‌ ସହ ଆସୁଛି । ପ୍ରଥମଟିର ମୂଲ୍ୟ ୭୯୯ ୟୁଆନ ( ୭,୫୦୦ ଟଙ୍କା) ଓ ୮୯୯ ୟୁଆନ (୮,୫୦୦ ଟଙ୍କା) ରହିଛି ।  ଅନ୍ୟପକ୍ଷରେ ରେଡ୍‌ମି-୫ ପ୍ଲସ୍‌ ମଡେଲଟି ମଧ୍ୟ ଦୁଇଟି ଭାରିଆଣ୍ଟରେ ମିଳୁଛି । ପ୍ରଥମଟି ୩ ଜିବି ର‍୍ୟାମ+୩୨ ଜିବି ବିଲଟ-ଇନ-ଷ୍ଟୋରେଜ୍‌ ରହିଥିବାବେଳେ ତାହାର ମୂଲ୍ୟ ୯୯୯ ୟୁଆନ ରହିଛି । ସେହପରି ୨ୟଟି ୪ଜିବି ର‍୍ୟାମ+୩୨ ଜିବି ବିଲଟ-ଇନ-ଷ୍ଟୋରେଜ୍‌ ସହ ଉପଲବ୍ଧ । ଏହାର ମୂଲ୍ୟ ରହିଛି ୧୨୯୯ ୟୁଆନ ( ପ୍ରାୟ ୧୨,୭୦୦ ଟଙ୍କା) ରହିଛି ।

ମୁଖ୍ୟ ଆକର୍ଷଣ:
ଏହି ସାଓମି ରେଡମି-୫ ଓ ରେଡମି-୫ ପ୍ଲସ୍‌ ଫୋନ ଦୁଇଟିର ମୁଖ୍ୟ ଆକର୍ଷଣ ହେଉଛି ସେଗୁଡିକର ଫୁଲ ସ୍କ୍ରିନ ଡିସପ୍ଲେ ଓ ୧୮:୯ ଆସପେକ୍ଟ ରେସିଓ । ଏଗୁଡିକର ସ୍କ୍ରିନ ରିଜୋଲ୍ୟୁସନ ମଧ୍ୟ ଏଚଡିପ୍ଲସ ଓ ଏଫଏଚଡି ପ୍ଲସ । ଏଭଳି ସୁବିଧା ପ୍ରଦାନ କରିବାରେ ଏହା ହେଉଛି ସବୁଠାରୁ କମ ମୂଲ୍ୟର ଫୋନ ବୋଲି ସାଓମି କହିଛି । ଏହି ଦୁଇଟି ଫୋନରେ ଅନ୍ୟାନ୍ୟ ରେଗୁଲାର ଫିଚର ରହିବା ସହ ଫିଙ୍ଗର ପ୍ରିଣ୍ଟ ସେନସର । ଏହା ଛଡା ଏଥିରେ ରହିଛି ୟୁଏସବି ଓଟିଜି ସପର୍ଟ ଥିବା ମାଇକ୍ରୋ ୟୁଏସବି, ଜିପିଏସ , ବ୍ଲୁଟୁଥ ଭି-୪.୨

ସମ୍ବନ୍ଧିତ ଖବର