Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Browsing Tag

Bhadrak

ଭଦ୍ରକ ‘କାଳୀପୂଜା’ ଆରମ୍ଭ, ପୂଜା ମଣ୍ଡପରେ ନାହିଁ ଉତ୍ସାହ

ଭଦ୍ରକ: ଓଡ଼ିଶା ପ୍ରସିଦ୍ଧ ଭଦ୍ରକର ‘କାଳୀପୂଜା’ ଗୁରୁବାର ଠାରୁ ନିରାଡ଼ାମ୍ବର ଭାବରେ ଆରମ୍ଭ ହୋଇ ଯାଇଛି। କିନ୍ତୁ ପୂଜା ମଣ୍ଡପଗୁଡ଼ିକରେ ଉତ୍ସାହ ନ ଥିବା ଜଣାପଡ଼ିଛି। ମେଳଣ ପଡ଼ିଆ, ମୀନାବଜାର ସ୍ଥଳ ଓ ଯାତ୍ରା ପାଇଁ ଉପଲବ୍ଧ ପଡ଼ିଆଗୁଡ଼ିକ ନିଛାଟିଆ ଲାଗୁଛି। ପ୍ରଶାସନର ଆଦେଶ ଅନୁସାରେ ଭଦ୍ରକରେ…

ଭଦ୍ରକ: ବସ୍ତା ବିଡିଓଙ୍କ ଗାଡ଼ି ଭାଙ୍ଗିଲେ ଭାଜପା କର୍ମୀ

ଭଦ୍ରକ: ସରକାରୀ କାମରେ ପିସି କାରବାର ଓ ବ୍ଲକ ଉନ୍ନୟନ କାମରେ ବ୍ୟାପକ ଦୁର୍ନୀତି ନେଇ ବୁଧବାର ବସ୍ତା ବ୍ଲକ କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର କର୍ମୀମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଭଙ୍ଗାରୁଜା ପୂର୍ବରୁ ଭାଜପା କର୍ମୀମାନେ ପ୍ରତିବାଦ, ବିକ୍ଷୋଭ ଓ ଧାରଣା ଦେଇଥିଲେ। ପୂର୍ବତନ…

ଆସନ୍ତାକାଲି ଠାରୁ ଭଦ୍ରକରେ ନିରାଡ଼ାମ୍ବର କାଳୀପୂଜା

ଭଦ୍ରକ: ଓଡ଼ିଶା ପ୍ରସିଦ୍ଧ ‘ଭଦ୍ରକ କାଳୀପୂଜା’ ଗୁରୁବାର ଠାରୁ ନିରାଡ଼ାମ୍ବର ଭାବରେ ପାଳିତ ହେଉଛି। ସାତ ଦିବସୀୟ ଏହି ପୂଜାକୁ ନେଇ ଲୋକଙ୍କ ମନରେ ଉତ୍ସାହ ନାହିଁ। ପୂର୍ବ ବର୍ଷମାନଙ୍କରେ ଭଦ୍ରକ କାଳୀପୂଜା ଆଡ଼ମ୍ବରପୂର୍ଣ୍ଣ ଭାବରେ ପାଳିତ ହୋଇ ଆସୁଥିଲା। କିନ୍ତୁ ଗତ ଏପ୍ରିଲରେ ସୋସିଆଲ ମିଡ଼ିଆରେ…

ଚାନ୍ଦବାଲି: କେନାଲକୁ ଖସି ପଡ଼ିଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୫ ଛାତ୍ରଛାତ୍ରୀ

ଚାନ୍ଦବାଲି: ଆଜି ସକାଳେ ଭଦ୍ରକ ଜିଲ୍ଲା ବାଁସଡ଼ା ଥାନା ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମର ୧୫ରୁ ଊର୍ଧ୍ୱ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ ଡ୍ରାଇଭର ଓ ସେହି…

ଭଦ୍ରକ: ବିଲରେ ବିଷ ପିଇ ଯୁବଚାଷୀଙ୍କ ଆତ୍ମହତ୍ୟା

ଭଦ୍ରକ: ପୁଣି ଆତ୍ମହତ୍ୟା କରିଛନ୍ତି ଚାଷୀ। ନିଜ ଧାନ ବିଲରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି  ଯୁବଚାଷୀ ସୌମେନ୍ଦ୍ର ମହାନ୍ତି। ଫସଲ ନଷ୍ଟ ହୋଇଥିବା ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଏପରି ପଦକ୍ଷେପ ନେଇଛନ୍ତି ବାସୁଦେବପୁର ବ୍ଲକ ଅନ୍ତର୍ଗତ ରହିମପୁର ଗାଁର ଏଇ ଯୁବଚାଷୀ। ରାଜ୍ୟରେ ଏଭଳି ଘଟଣା…

ମନ୍ତେଇ ନଦୀରେ ବୁଡ଼ିଗଲା ଡଙ୍ଗା: ଅଳ୍ପକେ ରକ୍ଷା ପାଇଲେ ୬୦ ଯାତ୍ରୀ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପଞ୍ଜୁଟିକିରି ଗ୍ରାମ ନିକଟରେ ପ୍ରବାହିତ ମନ୍ତେଇ ନଈ ଘାଟରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯାଇଛି। ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଡଙ୍ଗାରେ ଥିବା ସମସ୍ତ ୬୦ରୁ ଉର୍ଧ୍ୱ ଯାତ୍ରୀଙ୍କୁ ଉଦ୍ଧାର…

ମଧ୍ୟାହ୍ନ ଭୋଜନରେ ଝିଟିପିଟି : ୮୦ ଛାତ୍ରଛାତ୍ରୀ ଗୁରୁତର

ସହକାରୀ ଶିକ୍ଷକ ନିଲମ୍ବିତ ଧାମନଗର : ଧାମନଗର ବ୍ଲକ ଦଇପୁର ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଇନ୍ଦ୍ରଗୋବିନ୍ଦ ନୋଡାଲ ସ୍କୁଲରେ ଆଜି ଅଘଟଣ ଘଟିଛି। ଝିଟିପିଟି ପଡିଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇ ୮୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଧାମନଗର ଡାକ୍ତରଖାନାରେ…

ଭଦ୍ରକ: ମଧ୍ୟାହ୍ନ ଭୋଜନ ଖାଇ ୪୦ ପିଲା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭଦ୍ରକ: ମଧ୍ୟାହ୍ନ ଭୋଜନ ଖାଇ ଗୁରୁବାର ଧାମନଗର ବ୍ଲକ ଅନ୍ତର୍ଗତ ଇନ୍ଦ୍ରଗୋବିନ୍ଦ ନୋଡାଲ ସ୍କୁଲର ୪୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଅସୁସ୍ଥ ପିଲାଙ୍କୁ ପ୍ରଥମେ ଧାମନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ୩ଜଣଙ୍କର ଅବସ୍ଥା…

କାର୍‌ କାଚ ଭାଙ୍ଗି ୨ ଲକ୍ଷ ଲୁଟ୍‌

ଭଦ୍ରକ : ଭଦ୍ରକର ବାଇପାସ ଛକ ନିକଟରେ ଥିବା ଅଶୋକା ଲୁଗା ଦୋକାନ ଆଗରୁ ଆଜି ସନ୍ଧ୍ୟାରେ ୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। କେହି ଦୁର୍ବୃତ୍ତ କାରର କାଚ ଭାଙ୍ଗି ଏହି ଅର୍ଥ ଲୁଟିନେଇ ପଳାଇଛି। ଅଭିଯୋଗ ମୁତାବକ ଚରମ୍ପାର ପଥରଆଡିର ବାସିନ୍ଦା ଦୁର୍ଗାପ୍ରସାଦ ନାୟକ ନିଜ ଓଡି-୨୨-ଇ-୮୩୮୪ ମାରୁତି କାର…

ଭଦ୍ରକ: ୭ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ଭଦ୍ରକ: ଜିଲ୍ଲାପାଳ ଜ୍ଞାନ ଦାସ ବୁଧବାର ବିଭିନ୍ନ ବ୍ଲକର ୭ଜଣ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଇନ୍ଦିରା ଗାନ୍ଧି ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡ଼ିଆ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀଙ୍କୁ…