ବୈଶିଙ୍ଗା: କୋମଳମତି ଛାତ୍ରୀମାନଙ୍କୁ ଶିକ୍ଷକଙ୍କ ଅସଦାଚରଣ ଘଟଣା। ପୁଣି ଥରେ ନୁହେଁ ଏକାଧିକ ସ୍କୁଲରେ ଏକାଧିକ ଥରl ତେବେ ସବୁବେଳେ ଟଙ୍କା ବଳରେ କରିଦଉଉଥିଲା ଆପୋଷ ବୁଝାମଣାl କିନ୍ତୁ ଏଥର ବର୍ତ୍ତି ପାରିଲାନିl ଏତେଲାର ୧ମାସ ପରେ ବୈଶିଙ୍ଗା ପୁଲିସ ଗିରଫ କଲା ଅଭିଯୁକ୍ତ ବେତନଟୀ ବ୍ଲକ ଅଧୀନ ପ୍ରତିମାଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ମହାନ୍ତl
ସୂଚନା ଅନୁଯାଇ ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ ପ୍ରତିମାଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ମହାନ୍ତ ଗତ ମାସ ସେହି ବିଦ୍ୟାଳୟର ଜଣେ ଅଧେ ନୁହେଁ ବରଂ ସାତ ଆଠ ଜଣ ଛାତ୍ରୀଙ୍କୁ ଗେଲ କରିବା ବାହାନାରେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲାl
ତେବେ ଏହିଭଳି ଲଜ୍ଜା ଜନକ ଘଟଣାର ଅଭିଯୋଗ ପାଇ ବେତନଟୀ ବିଇଓ ତାଙ୍କୁ ତତକ୍ଷଣାତ ନିଲମ୍ବନ କରିଥିଲେl ହେଲେ ଏହିଭଳି ଲଜ୍ନାଜନକ ଘଟଣା ଘଟିବାର ୭ଦିନ ପର୍ଯ୍ୟନ୍ତ ଏସମ୍ବନ୍ଧରେ ଥାନାରେ ଏତେଲା ଦିଆଯାଇନଥିଲା, ଯାହା ସେତେବେଳେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା l ପରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପରେ ଗତ ୨୯ତାରିଖ ଦିନ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକl
ପୁଲିସ ଏହିଭଳି ଏକ ସମ୍ବେଦନଶୀଳ ଘଟଣାର ଅଭିଯୋଗ ପାଇବା ପରେ ୩୮୦/୨୫ନଂରେ ଓ ଧାରା ୟୁ/ଏସ ୭୫/୭୯, ବିଏନଏସ/୧୨ ପୋକ୍ସ ଆକ୍ଟ ମୂଳରେ ଏକ ମାମଲା ରୁଜୁ ପୂର୍ବକ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଓ ପ୍ରମୋଦକୁ ଗିରଫ କରିବା ପାଇଁ ତାଙ୍କ ଘରେ ଚଢ଼ାଉ କରିଥିଲା। ହେଲେ ଅଭିଯୁକ୍ତ ଶିକ୍ଷକ ଫେରାର ହୋଇଯିବାରେ ସଫଳ ହୋଇଥିଲାl ପରେ ଶୁଣିବାକୁ ମିଳିଥିଲା କି ଶିକ୍ଷକ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରି ଲୁଚି ବୁଲୁଥିଲେl ହେଲେ ଆଜି ଅପରାହ୍ନରେ କୌଶଳ କ୍ରମେ ପୁଲିସ ତାଙ୍କୁ ଗିରଫ କରି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛିl
Mayurbhanj