ଭୁବନେଶ୍ବର: ଗତ ସୋମବାର ଦିନର ଆକ୍ରମଣ ଘଟଣାକୁ ନେଇ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିସନର ରତ୍ନାକର ସାହୁ ଆଜି ଅପରାହ୍ଣରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିବାରୁ ଏଭଳି ଆଶଙ୍କା କରାଯାଉଛି। ଛାତି ଯନ୍ତ୍ରଣା ଏବଂ ଯେଉଁଠି ଆକ୍ରମଣ ବେଳେ ଆହତ ହୋଇଥିଲେ ସେହି ଜାଗାରେ ଚିକିତ୍ସା କରାଯାଉଛି। ତଳି ପେଟରେ ବହୁତ୍ ଆଘାତ ଲାଗିଥିବାରୁ ଅସହ୍ୟ ହୋଇପଡ଼ିଛନ୍ତି। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। କାର୍ଯ୍ୟରତ ସମୟରେ ଅଫିସ ଭିତରେ ଅସୁସ୍ଥ ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ୍ ନିଆଯାଇଛି।
ଗତକାଲି ଶ୍ରୀ ସାହୁ ଗଣମାଧ୍ୟମକୁ କହିଥିଲେ, ମୋ ବିରୋଧରେ ସ୍ୱଚ୍ଛ ସାଥୀ ଆଣିଥିବା ଅଭିଯୋଗ ଭିତ୍ତିହୀନ। ମୋତେ ଓ ମୋର ବ୍ୟକ୍ତିତ୍ଵକୁ ଲୋକ ଜାଣିଛନ୍ତି। ବହୁ ଲୋକ ମିଥ୍ୟା ଅଭିଯୋଗ ଆଣିବେ। କିନ୍ତୁ ଆଇନ ତା ବାଟରେ କାମ କରିବ। ସୋମବାର ଗ୍ରିଭାନ୍ସ ଥିବାରୁ କାର୍ଯ୍ୟାଳୟରେ ମୁଁ ଗ୍ରୀଭାନ୍ସ ଟେକ୍ଅଫ୍ କରୁଥିଲି। କମିସନର ନଥିବାରୁ ମୁଁ ଦାୟିତ୍ୱ ତୁଲାଉଥିଲି। କାମ ସରୁସରୁ କର୍ପୋରେଟର ଜୀବନ ବାବୁ ଆଉ ୫ଜଣ ଅଫିସ ଭିତରକୁ ପଶି ଆସିଲେ। ମୋତେ ଲାଗିଲା ସେମାନେ ଗ୍ରୀଭାନ୍ସ ଦେବେ। ହେଲେ ଜୀବନ ବାବୁ ରୋକଠୋକ୍ ପଚାରିଲେ। ତା’ ପରେ ମୋତେ ସମସ୍ତେ ଟାଣି ଟାଣି ଗାଡ଼ି ଭିତରକୁ ନେବାକୁ ବାହାରିଲେ।
ମୋତେ ଅଫିସରୁ ଘୋଷାଡି ଘୋଷାଡି ମୁଥ ମାରି ଗ୍ରାଉଣ୍ଡ ଫ୍ଲୋର ଯାଏ ଆଣିଲେ। ଆଇନ୍ ଉପରେ ମୋର ପୂର୍ଣ୍ଣ ଭରସା ରହିଛି। ଏଭଳି ମିଛ କଥା ଉପରେ ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହୁଁ ନାହିଁ।
-ରତ୍ନାକର ସାହୁ, ଅତିରିକ୍ତ କମିସନର, ବିଏମ୍ସି
ସୂଚନାଯୋଗ୍ୟ, ବିଏମ୍ସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ସୋମବାର ବିଏମସି କାର୍ଯ୍ୟାଳୟରେ ହିଁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସାପ୍ତାହିକ ଜନଶୁଣାଣି ସମୟରେ କିଛି ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟକୁ ପଶି ତାଙ୍କୁ ଗାଳିଗୁଳଜ କରିବା ସହ ଶାରୀରିକ ଆକ୍ରମଣ କରିଥିଲେ। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଆକ୍ରମଣକାରୀମାନେ ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଘୋଷାଡ଼ି ବାହାରକୁ ଆଣି ମାଡ଼ ମାରିଥିଲେ। ତାଙ୍କୁ ଲାତ ଓ ମୁଥ ମଧ୍ୟ ମରା ଯାଇଥିଲା। ଆକ୍ରମଣର ଶିକାର ହେଲା ପରେ ଶ୍ରୀ ରତ୍ନାକର ଖାରବେଳ ନଗର ଥାନାରେ ଏକ ଲିଖିତ ଅଭିଯୋଗ ଆଣିଛନ୍ତି। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି। ଗତକାଲି ସଂଜୀବ ମିଶ୍ର ଓ ସଚିକାନ୍ତ ସ୍ବାଇଁ ନାମରେ ୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ପୁଲିସ ସୋମବାର ଦିନ ତିନିଜଣ ଅଭିଯୁକ୍ତ (ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନ)ଙ୍କୁ ଗିରଫ କରିଥିଲା।
bmc
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/02/ratnakar-2025-07-02-18-00-05.jpg)