ଆମାଜନର ଜେଫ ବେଜୋସ ହେଲେ ଇତିହାସର ସବୁଠୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ : ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ବିଶ୍ୱ ଇତିହାସର ସବୁଠାରୁ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି । ତାଙ୍କର ମୋଟ ସଂପତ୍ତିର ପରିମାଣ ୧୫୦ ବିଲିୟନ ଡଲାର ଟପିଯାଇଛି ବୋଲିବ୍ଲୁମ୍ବର୍ଗ ବିଲିୟନାରୀ ଇଣ୍ଡେକ୍ସରୁ ଜଣାପଡିଛି । କେବଳ ଚଳିତ ବର୍ଷ ତାଙ୍କର ମୋଟ ସଂପତ୍ତି ପରିମାଣରେ ୫୨ ବିଲିୟନ ଡଲାର ବୃଦ୍ଧି ପାଇଛି । ୨ ନମ୍ବର ସ୍ଥାନରେ ଅଛନ୍ତି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ତାଙ୍କର ମୋଟ ସଂପତ୍ତିର ପରିମାଣ ୯୫ ବିଲିୟନ ଡଲାର । ଅର୍ଥାତ୍‌ ୨ ନମ୍ବର ଧନୀଙ୍କଠାରୁ ଏକ ନମ୍ବର ଧନୀଙ୍କ ସଂପତ୍ତିର ପରିମାଣ ୫୫ ବିଲିୟନ ଡଲାର ଅଧିକ । ୧୯୯୯ରେ ଗେଟ୍ସଙ୍କ ସଂପତ୍ତି ପରିମାଣ ୧୦୦ ବିଲିୟନ ଡଲାର ଟପିଥିଲା । ମୁଦ୍ରାସ୍ପୀତିକୁ ହିସାବକୁ ନେଲେ ଆଜି ତାହା ୧୪୯ ବିଲିୟନ ଡଲାର ହୋଇଥାନ୍ତା । ଏଣୁ ଏହି ହିସାବ ଅନୁସାରେ ମଧ୍ୟ ଜେଫ ତାଙ୍କୁ କାଟି ଦେଇଛନ୍ତି । ତେବେ ଗତ ସପ୍ତାହରେ ୩ ନମ୍ବର ସ୍ଥାନରେ ଥିବା ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏବେ ୪ର୍ଥ ସ୍ଥାନକୁ ଖସିଆସିଛନ୍ତି । ତାଙ୍କୁ ଆମେରିକୀୟ ବିଲିୟନାରୀ ତଥା ଓ୍ଵାର୍କସାୟାର ହାଥେଓ୍ଵର ମୁଖ୍ୟ ଓ୍ଵାରେନ ବଫେଟ ପଛରେ ପକାଇଦେଇଛନ୍ତି । ଜୁକରବର୍ଗଙ୍କ ମୋଟ ସଂପତ୍ତିର ପରିମାଣ ଏବେ ୮୧.୬ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ନିକଟରେ ଫେସବୁକର ସେୟାର ମୂଲ୍ୟ ବୃଦ୍ଧି ପାଇଥିବାରୁ ଜୁକରବର୍ଗଙ୍କ ସଂପତ୍ତି ପରିମାଣ ବଢିଥିବା ଜଣାପଡିଛ ।

ସମ୍ବନ୍ଧିତ ଖବର