ଏଲ୍‌ଜିର ‘କର୍‌ସଲାମ୍‌’ ଅଭିଯାନ

ଭୁବନେଶ୍ୱର: ଦେଶର ସୁରକ୍ଷା ପ୍ରତି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ସୈନିକମାନଙ୍କ ପ୍ରତି ସମ୍ମାନ ପ୍ରଦାନ କରିବାର ଏକ ଉଦ୍ୟମ ସ୍ୱରୂପ ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପକ୍ଷରୁ ‘କର୍‌ସଲାମ୍‌’ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଜରିଆରେ ଲୋକମାନେ ସୈନିକମାନଙ୍କ ପାଇଁ ଶୁଭେଚ୍ଛା ବାର୍ତା ପଠାଇପାରିବେ। ଗତବର୍ଷ ମଧ୍ୟ କଂପାନି ଏହି ଅଭିଯାନ ଆୟୋଜନ କରିଥିଲା ଏବଂ ସିଆରପିଏଫ୍‌ କଲ୍ୟାଣ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଥିଲା। ଲୋକମାନେ ଏଲ୍‌ଜିର େଓ୍ଵବସାଇଟ୍‌ ମାଧ୍ୟମରେ ନିଜର ଶୁଭେଚ୍ଛା ବାର୍ତା ପଠାଇପାରିବେ। ଏ ସମ୍ପର୍କରେ କଂପାନିର ନିର୍ଦେଶକ (କର୍ପୋରେଟ୍‌ ମାର୍କେଟିଂ ଏବଂ ଷ୍ଟ୍ରାଟେଜିକ୍‌ ବିଜନେସ୍‌) ରାହୁଲ ତୟାଲ କହିଛନ୍ତି ଯେ ଗତବର୍ଷ ଏହି ଅଭିଯାନକୁ ଜବରଦସ୍ତ ସମର୍ଥନ ମିଳିଥିଲା। ଏଥର ଲୋକମାନେ ଡିଜିଟାଲ୍‌ ଏବଂ ଅଫ୍‌ଲାଇନ୍‌ ଉଭୟ ମାଧ୍ୟମରେ ସୈନିକମାନଙ୍କ ପାଇଁ ନିଜର ଶୁଭେଚ୍ଛା ବାର୍ତା ପଠାଇ ପାରିବେ। କଂପାନିର କର୍ପୋରେଟ୍‌ ମାର୍କେଟିଂ ମୁଖ୍ୟ ଅମିତ ଗୁଜରାଲ କହିଛନ୍ତି ଯେ ଦେଶକୁ ଏବଂ ଏହାର ନାଗରିକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ କଠିନ ପରିଶ୍ରମ କରୁଥିବା ସୈନିକମାନଙ୍କ ପାଇଁ ଏଲ୍‌ଜି ତରଫରୁ ଏହା ଏକ ଛୋଟିଆ ପଦକ୍ଷେପ।

ସମ୍ବନ୍ଧିତ ଖବର