କାର୍ଭି ମାଲିକଙ୍କ ୭୦୦ କୋଟିର ସେୟାର ଫ୍ରିଜ୍‌ କଲା ଇଡି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଭି ଷ୍ଟକ ବ୍ରୋକିଂ ଲିମିଟେଡ ସିଏମଡି ସି ପାର୍ଥସାରଥି ଓ ଅନ୍ୟମାନଙ୍କ ଉପରେ ଚଢ଼ଉ କରିବା ପରେ ୭୦୦ କୋଟି ଟଙ୍କାର ସେୟାର ଫ୍ରିଜ୍ କରିଛି। ଶନିବାର ଇଡି ଏ‌ ନେଇ ସୂଚନା ଦେଇଛି। ହାଇଦ୍ରାବାଦରେ କାର୍ଭି ଗ୍ରୁପ ଅଫ କମ୍ପାନିର ୬ଟି ସ୍ଥାନରେ ଇଡି ଚଢ଼ଉ କରିଥିଲା। ସିଏମଡି ତାଙ୍କ ସେୟାରକୁ ବିକ୍ରି କରିବା ପାଇଁ ଯୋଜନା କରୁଥିବା ସୂଚନା ମିଳିବା ପରେ ଇଡି ଏଭଳି ପଦକ୍ଷେପ ନେଇଛି।

ସମ୍ବନ୍ଧିତ ଖବର