ପିଏମ୍ କେୟାର୍ସରେ ଚୀନ୍ ସଂସ୍ଥାର ଦାନ ନେଇ ପ୍ରଶ୍ନ ଉଠାଇଲେ ଚିଦମ୍ବରମ୍

Chidambaram questioned the donation of a Chinese organization in PM Career

ନୂଆଦିଲ୍ଲୀ: ପିଏମ୍ କେୟାର୍ସ ଫଣ୍ଡ୍‌ରେ ଚୀନ୍‌ ସଂସ୍ଥାଗୁଡ଼ିକର ଅବଦାନ କେତେ ରହିଛି ତାହାକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ ପ୍ରଶ୍ନ କରିଛନ୍ତି। ଟୁଇଟ୍‌ କରି ସେ‌ ଲେଖିଛନ୍ତି ପିଏମ୍ କେୟାର୍ସ ଫଣ୍ଡ୍‌ର ଆଇନଗତ ବୈଧତା ଓ ଉତ୍ତରଦାୟିତ୍ବକୁ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ରାୟ ହେଉଛି ଚୂଡ଼ାନ୍ତ। ୨୦୨୦ ମାର୍ଚ୍ଚର ପ୍ରଥମ ପାଞ୍ଚ ଦିନରେ ୩୦୭୬ କୋଟି ଟଙ୍କାର ଅବଦାନ କେଉଁମାନେ ଦେଇଛନ୍ତି। ସେଥିରେ ଚୀନ୍‌ ସଂସ୍ଥା ସାମିଲ ଅଛନ୍ତି କି? ୨୦୨୦ ଏପ୍ରିଲ ୧ ପରଠାରୁ କେତେ ପାଣ୍ଠି ଆସିଛି ଏବଂ କେଉଁମାନେ ସେହି ରାଶି ଦେଇଛନ୍ତି? ଏଭଳି ପ୍ରଶ୍ନ କରିଛନ୍ତି ଚିଦମ୍ବରମ୍।

ସମ୍ବନ୍ଧିତ ଖବର