ମେ ୪ରେ ଖୋଲିବ ଏଲଆଇସି ଆଇପିଓ, ମେ ୯ରେ ବନ୍ଦ ହେବ

ନୂଆଦିଲ୍ଲୀ : ଆସନ୍ତା ମେ ୪ ତାରିଖରେ ଦେଶର ସର୍ବବହତ ଆଇପିଓ କୁହାଯାଉଥିବା ଏଲଆଇସି ଆଇପିଓ ଖୋଲିବ ଓ ଏହା ମେ ୯ରେ ବନ୍ଦ ହେବ । ଆଜି ଏହାର ପ୍ରାଇସ ବ୍ୟାଣ୍ଡ୍ ଘୋଷଣା କରାଯାଇଛି । ପ୍ରାଇସ ବ୍ୟାଣ୍ଡ ସେୟାର ପିଛା ୯୦୨ ଟଙ୍କାରୁ ୯୪୯ ଟଙ୍କା ମଧ୍ୟରେ ରହିଛି । ଚଳିତ ସପ୍ତାହରେ ଏହି ଆଇପିଓ ପାଇଁ ସରକାରଙ୍କ ପକ୍ଷରୁ ଡ୍ରାଫ୍ଟ ଆରଏଚପି ଜାରି କରାଯିବ । ଏହି ଆଇପିଓ ମାଧ୍ୟମରେ ସରକାର ଦେଶର ବୃହତ୍ତମ ବୀମା କମ୍ପାନି ଏଲଆଇସିରୁ ୩.୫ ପ୍ରତିଶତ ଅଂଶଧନ ପ୍ରତ୍ୟାହାର କରାଯିବ ।

ଏହି ଆଇପିଓ ମାଧ୍ୟମରେ ସରକାର ୨୧ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଅଫର୍ ଭାରତ ସରକାରଙ୍କ ପୁଂଜି ପ୍ରତ୍ୟାହାର ଏଜେଣ୍ଡାରେ ଥିବା ଲକ୍ଷ୍ୟକୁ ପୂରଣ କରିବ ଏବଂ ଷ୍ଟକ୍ ଏକ୍ସଚେଞ୍ଜରେ ଇକ୍ୱିଟି ସେୟାର୍ ପଞ୍ଜିକୃତ ହେବା ଦ୍ୱାରା ଏଲ୍ଆଇସି ଲାଭବାନ ହେବ ।

ପୂର୍ବରୁ ଏହି ଆଇପିଓ ମାର୍ଚ୍ଚ ମାସରେ ଆସିବାକୁ ଥିବାବେଳେ ୟୁକ୍ରେନ ଯୁଦ୍ଧ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା । ପୂର୍ବରୁ ୫ ପ୍ରତିଶତ ଅଂଶଧନ ପ୍ରତ୍ୟାହାର ପ୍ରସ୍ତାବ ଥିବାବେଳେ ଏବେ ୩.୫ ପ୍ରତିଶତକୁ ହ୍ରାସ କରାଯାଇଛି । ଏହା ସତ୍ତ୍ବେ ଏହି ଆଇପିଓକୁ ଦେଶର ସର୍ବବୃହତ ଆଇପିଓ କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଗତ ବର୍ଷ ଆସିଥିବା ପେଟିଏମର ୧୮,୩୦୦ କୋଟିର ଆଇପିଓ ଦେଶର ବୃହତ୍ତମ ଆଇପିଓ ରହିଛି ।

ସମ୍ବନ୍ଧିତ ଖବର