ମୁମ୍ବାଇ : ଆସନ୍ତା ଅଗଷ୍ଟ ୧୫ରୁ ଆରମ୍ଭ ହେବ ବହୁପ୍ରତୀକ୍ଷିତ ଜିଓଫୋନ-୨ର ବିକ୍ରି । ଏହି ଫୋନଟି ମାଇଜିଓ ଆପ(myjio app) ଓ ଜିଓଡଟ୍ କମ (jio.com) ରେ ଉପଲବ୍ଧ ହେବ । ଏହାର ମୂଲ୍ୟ ୨,୯୯୯ ଟଙ୍କା ରହିଥିବାବେଳେ ମନସୁନ ହଙ୍ଗାମା ଅଫର ମାଧ୍ୟମରେ ନିଜର ପୁରୁଣା ଫିଚର ଫୋନ ବଦଳାଇ ୫୦୧ ଟଙ୍କାରେ ମଧ୍ୟ ଏହା ମିଳିପାରିବ । ଗତ ଜୁଲାଇ ୪ରେ ମୁକେଶ ଅମ୍ବାନି ଏହି ଫୋନ ସଂପର୍କରେ ଘୋଷଣା କରିଥିଲେ । ଜିଓଫୋନ-୨ ଏକ ଫିଚର ଫୋନ ହେଲେ ମଧ୍ୟ ଏହା ୪ଜି ଏଲଟିଇକୁ ସପୋର୍ଟ କରେ । ଏଥିରେ କ୍ୱାର୍ଟି କିବୋର୍ଡ ରହିଛି, ଏହା ଭୋଲଟିକୁ ସପୋର୍ଟ କରେ ଓ କାଇ ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଜିଓଫୋନ-୧ଟି ମଧ୍ୟ ଏହି ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଜିଓଫୋନ-୨ ରେ ୫୧୨ ଏମବି ର୍ୟାମ ଓ ୪ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି । କିନ୍ତୁ ଜିଓଫୋନ-୨ର ଆଉ ଏକ ଆକର୍ଷଣ ହେଲା ଏହା ସେସିଆଲ ମିଡିଆ ଆପ ଫେସବୁକ, ହ୍ଵାଟ୍ସଆପ ଓ ୟୁଟ୍ୟୁବକୁ ସପୋର୍ଟ କରେ । ଉପଭୋକ୍ତାମାନେ ଏହାକୁ ଆପ ଷ୍ଟୋରରୁ ଡାଉନଲୋଡ କରିପାରିବେ । ଗ୍ରାହକମାନେ ଭଏସ୍ କମାଣ୍ଡ୍୍କୁ ବ୍ୟବହାର କରି କଲ୍, ମେସେଜ୍, ଇଣ୍ଟରନେଟ୍ରେ ସନ୍ଧାନ, ସଙ୍ଗୀତ ବଜାଇବା, ଭିଡିଓ ଦେଖିବା ଓ ସବୁ ପ୍ରକାର ଆପ୍କୁ ପରିଚାଳନା କରିବା କାମ କରିପାରିବେ।