କରୋନା ସଙ୍କଟର ମୁକାବିଲା ଓ ଖାଇବା ତେଲ ଯୋଗାଣକୁ ନିଶ୍ଚିତ କରିବା ଲାଗି ଫ୍ରିଡମ୍ ହେଲ୍ଦି କୁକିଂ ଅଏଲ୍ସ୍ କିଭଳି ନିଜକୁ ପ୍ରସ୍ତୁତ କରିଛି ଏବଂ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛି ସେ ବିଷୟରେ କଂପାନିର ଉପସଭାପତି (ବିକ୍ରି ଓ ବିପଣନ) ପି ଚନ୍ଦ୍ର ଶେଖର ରେଡ୍ଡି କରିଥିବା ଆଲୋଚନାକୁ ଏଠାରେ ଉପସ୍ଥାପନ କରାଯାଇଛି
ଗ୍ରାହକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା କ୍ଷେତ୍ରରେ କଂପାନି କ’ଣ ପଦକ୍ଷେପ ନେଇଛି?
ଖାଇବା ତେଲ ଏକ ଅତ୍ୟାବଶ୍ୟକ ସାମଗ୍ରୀ। ଏହାର ଯୋଗାଣକୁ ରୋକାଯାଇ ପାରିବ ନାହିଁ। ଭାରତରେ ହାରାହାରି ଖାଇବା ତେଲର ମୁଣ୍ଡ ପିଛା ବ୍ୟବହାର ପ୍ରାୟ ୧୪-୧୫ କିଗ୍ରା ଯାହାକି ଜଣେ ବ୍ୟକ୍ତିଙ୍କ ପାଇଁ ମାସିକ ୧.୨୫ ଲିଟର।ଏହି ଲକଡାଉନ ସମୟରେ ପ୍ରତିଟି ଅଞ୍ଚଳକୁ ପର୍ଯ୍ୟାପ୍ତ ପରିମାଣରେ ଫ୍ରିଡମ ହେଲ୍ଦି କୁକିଂ ଅଏଲ୍ ଯୋଗାଇବା ହେଉଛି ଆମର ସାମାଜିକ ଦାୟିତ୍ୱ। ଏହାକୁ ନିଶ୍ଚିତ କରିବା ପାଇଁ ଆମେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଆବଶ୍ୟକ ଅନୁମତି ହାସଲ କରିଛୁ।
ଆମଦାନି ଓ ଯୋଗାଣକୁ କିଭଳି ପରିଚାଳନା କରାଯାଉଛି? କଂପାନିର କିଛି ବିକଳ୍ପ ଯୋଜନା ରହିଛି ନା ନାହିଁ?
ଆମେ ରୁଷିଆ୍ ଓ ୟୁକ୍ରେନରୁ ସୂର୍ଯ୍ୟମୁଖୀ ତେଲ, ଇଣ୍ଡୋନେସିଆ ଓ ମାଲେସିଆରୁ ପାମ୍ ତେଲ ସୋର୍ସିଂ କରିଥାଉ। ବିଶ୍ୱ ସ୍ତରୀୟ ଲକ୍ଡ଼ାଉନ ସତ୍ତ୍ୱେ ଜାହାଜରେ ମାଲ ପରିବହନ ପ୍ରଭାବିତ ହୋଇନାହିଁ। ଜାହାଜରେ ଆସୁଥିବା ତୈଳକୁ ୧୪ ଦିନ ପରେ ବନ୍ଦରରେ ଗଚ୍ଛିତ ରଖାଯାଉଛି। ଖାଇବା ତେଲଗୁଡ଼ିକୁ ଆମର କାକିନଡ଼ା ଓ କ୍ରିଷ୍ଣାପାଟନମ୍ ପ୍ଲାଣ୍ଟରେ ବିଶୋଧନ କରାଯାଇ ପ୍ୟାକ୍ କରାଯାଇଥାଏ। ଇତି ମଧ୍ୟରେ ମାଲ ପରିବହନ ଖର୍ଚ୍ଚ ୫୦ ପ୍ରତିଶତ ବଢ଼ିଥିଲେ ମଧ୍ୟ ଆମେ ମାଲ୍ ପରିବହନ ଲାଗି ଅଧିକ ଟ୍ରକ୍ର ବ୍ୟବସ୍ଥା କରୁଛୁ। ଆମେ ଏବେ ତୈଳ ଆମଦାନି/ସୋର୍ସିଂ, ବିଶୋଧନ, ପ୍ୟାକେଜିଂ ଓ ପରିବହନ ଉପରେ ବିଶେଷ ଗୁରୁତ୍ବ ଦେଉଛୁ।।
ପ୍ୟାକେଜିଂ ପାଇଁ ସାମଗ୍ରୀର ଯୋଗାଣକୁ କିଭଳି ନିଶ୍ଚିତ କରାଯାଉଛି?
ଲକ୍ଡାଉନ୍ ପ୍ରାରମ୍ଭରୁ ଟ୍ରକ୍ ଓ ଲୋକଶକ୍ତି ଅଭାବ ଯୋଗୁ ସମସ୍ୟା ଦେଖାଦେଇଥିଲା। ଆମେ ନିଜ ରିଫାଇନାରିରେ ୬୦ କୋଟି ଟଙ୍କାର ନିବେଶ ସହିତ ବୋତଲ ଏବଂ ଜାର୍ ପାଇଁ ଏକ ଇନ୍ ହାଉସ୍ ବଟଲିଂ ୟୁନିଟ୍ ସ୍ଥାପନା କରିଛୁ ଯେଉଁଠାରେ ବୋତଲ ଓ କେନ୍ ତିଆରି ହେଉଛି। ଫଳରେ ପ୍ୟାକିଂ ପାଇଁ ୧୫ ଲିଟର ଟିଣ କ୍ରୟ ଉପରେ ଆମର ନିର୍ଭରଶୀଳତା କମ୍ ହୋଇଯାଇଛି।
କାରଖାନାରେ ଶ୍ରମ ଶକ୍ତି ଅଭାବ ରହିଛି କି?
ତୈଳ ବିଶୋଧନାଗାର ପାଇଁ ଆବଶ୍ୟକ ଶ୍ରମ ଶକ୍ତି ମିଳୁଛନ୍ତି। କୋଭିଡ୍-୧୯କୁ ନଜରରେ ରଖି ଆମର ସମସ୍ତ ସଦସ୍ୟ, କର୍ମଚାରୀ, ସହଯୋଗୀ, ପୃଷ୍ଠପୋଷକମାନଙ୍କ ପାଇଁ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ସସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦେଶାବଳୀକୁ ପାଳନ କରି ଶ୍ରମିକଙ୍କ ପାଇଁ ଉପଯୁକ୍ତ, ସ୍ବଚ୍ଛ ଓ ସୁରକ୍ଷିତ କାର୍ଯ୍ୟ ପରିବେଶ ଯୋଗାଇ ଦିଆଯାଉଛି।
ଖୁଚୁରା ଦୋକାନଗୁଡ଼ିକୁ ତେଲ ଯୋଗାଇବାରେ ଅସୁବିଧା ହେଉଛି କି?
ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଦିନ କାରଖାନାରେ କାମ ହୋଇପାରିନଥିଲା ଓ ପରିବହନ ପ୍ରଭାବିତ ହୋଇଥିଲା। କିଛି ଦିନ ପରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଓଡ଼ିଶାର ସହାୟତାରେ ଆମକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ଅନୁମତି ମିଳିଥିଲା। ଏହା ପରେ ଯୋଗାଣ ସ୍ବାଭାବିକ ହୋଇଥିଲା।
କଂପାନି କାରବାର ଉପରେ କରୋନା ସଙ୍କଟର କିଭଳି ପ୍ରଭାବ ରହିଛି?
ଲକ୍ଡାଉନ୍ ଆରମ୍ଭ ହେବା ବେଳେ କାରବାର ଉପରେ ପ୍ରଭାବ ପଡ଼ିଥିଲା ଏବଂ ଖାଇବା ତେଲ ଚାହିଦା ବହୁତ ବଢ଼ିଯିବାରୁ ଆମେ ତାହାକୁ ପୂରଣ କରିପାରିନଥିଲୁ। ମାର୍ଚ୍ଚ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ଆମେ ପରିଚାଳନା ପାଇଁ ସକ୍ଷମ ନଥିଲୁ। ତେବେ ପରିଚାଳନା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବାରୁ ଆମେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ନିଶ୍ଚିତ କରିପାରିଛୁ। ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଅଛି। ଖାଇବା ତେଲକୁ ନେଇ ଲୋକମାନେ ଭୟ କରିବାର କୌଣସି କାରଣ ନାହିଁ। ବର୍ତ୍ତମାନ ଆମେ କାରଖାନାର ୬୦ ପ୍ରତିଶତ କ୍ଷମତାକୁ ଉପଯୋଗ କରୁଛୁ। ଆଗାମୀ ଦିନରେ ତାହାକୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବୁ। ଘରେ ଘରେ ରୋଷେଇ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଖାଇବା ତେଲର ଚାହିଦା କମିନାହିଁ। କିନ୍ତୁ ବିବାହ ଓ ବ୍ରତ ଭଳି ଉତ୍ସବ ସ୍ଥଗିତ ରହିଥିବାରୁ ସେହି କ୍ଷେତ୍ରରେ ତେଲ ବିକ୍ରି ପ୍ରଭାବିତ ହୋଇଛି। ଲକ୍ଡାଉନ୍ କଟକଣା ହଟିଯିବା ପରେ ସେଥିରେ ସୁଧାର ଦେଖାଦେବ ବୋଲି ଆମେ ଆଶା କରୁଛୁ।