ନୂଆଦିଲ୍ଲୀ: ପୂର୍ବରୁ କ୍ଷତିରେ ଚାଲି ଆସୁଛି ଏୟାର ଇଣ୍ଡିଆ। ଏହା ସହ କରୋନା ମହାମାରୀ ଏୟାର ଇଣ୍ଡିଆର ସ୍ଥିତିକୁ ଆହୁରି ଖରାପ କରିଦେଇଛି, ଯେଉଁଥିପାଇଁ ଏୟାର ଇଣ୍ଡିଆ ନିଜ କର୍ମଚାରୀମାନଙ୍କୁ ଚାକିରିରୁ ବାହାର କରିଦେଉଥିବା ଖବର ସାମ୍ନାକୁ ଆସିଛି | ଆର୍ଥିକ ମାନ୍ଦାବସ୍ଥା ପାଇଁ ଅନେକ ଦେଶରେ ଏୟାର ଇଣ୍ଡିଆ ନିଜ କାର୍ଯ୍ୟାଳୟ ବନ୍ଦ କରିସାରିଛି। ତେବେ ବର୍ତ୍ତମାନ ୪୮ଜଣ ପାଇଲଟଙ୍କୁ ଏୟାର ଇଣ୍ଡିଆରୁ ରାତାରାତି ବରଖାସ୍ତ କରାଯିବା ଖବର ସାମ୍ନାକୁ ଆସିଛି। ଏ ନେଇ ପାଇଲଟ୍ ୟୁନିଅନ୍ ଆପତ୍ତି କରିବା ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଛି।
ସୂଚନା ଅନୁଯାୟୀ, ଏହି ପାଇଲଟମାନେ ଗତ ବର୍ଷ ଇସ୍ତଫା ଦେଇଥିଲେ। ଏହା ପରେ କମ୍ପାନି ନିୟମ ଅନୁଯାୟୀ ସେ ୬ମାସ ମଧ୍ୟରେ ଇସ୍ତଫା ପ୍ରତ୍ୟାହାର କରିନେଇଥିଲେ। ପରେ କମ୍ପାନି ତାଙ୍କ ଇସ୍ତଫା ପ୍ରତ୍ୟାହାର ଗ୍ରହଣ କରି ସେବା ଜାରି ରଖିବାକୁ ଅନୁମତି ଦେଇଥିଲା। କିନ୍ତୁ ବର୍ତ୍ତମାନ ତାଙ୍କୁ ହଠାତ୍ ବରଖାସ୍ତ କରାଯାଇଛି। କମ୍ପାନିର ନିର୍ଦ୍ଦେଶ ଅନୁଯାୟୀ ପାଇଲଟଙ୍କ ସେବା ଅଗଷ୍ଟ ୧୩,୨୦୨୦ରୁ ବନ୍ଦ ହୋଇଯାଇଛି। ତେବେଅଗଷ୍ଟ ୧୩ରେ ପାଇଲଟଙ୍କୁ ବରଖାସ୍ତ କରାଯାଇଥିବା ବେଳେ ଜାଣି ନଥିବା କିଛି ପାଇଲଟ ଅଗଷ୍ଟ ୧୪ରେ ବିମାନ ଉଡ଼ାଇଥିଲେ ବୋଲି ଜଣା ପଡ଼ିଛି। ବରଖାସ୍ତ ପତ୍ରରେ, ଏୟାର ଇଣ୍ଡିଆ ନିଆଯାଇଥିବା ନିଷ୍ପତ୍ତି ପାଇଁ ଆର୍ଥିକ ସମସ୍ୟା ଏବଂ କମ୍ପାନିର ବାଣିଜ୍ୟିକ କାର୍ଯ୍ୟକାରିତା ଉପରେ କୋଭିଡ -୧୯ର ପ୍ରଭାବ ଉଲ୍ଲେଖ କରିଛି |
/sambad/media/post_attachments/16761a56a604ad633a2ec56475da5ac541f2fba2f590b501d6a6bad2f846632a.jpg)
କୌଣସି କର୍ମଚାରୀ ଜାଣି ନଥିଲେ ଯେ କମ୍ପାନି ରାତାରାତି ଏପରି ନିଷ୍ପତ୍ତି ନେବ। କିଛି ପାଇଲଟ୍ ଡ୍ୟୁଟି ପାଇଁ ବିମାନବନ୍ଦରରେ ପହଞ୍ଚିବା ପରେ ସହକର୍ମୀମାନେ ତାଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ। ଏୟାର ଇଣ୍ଡିଆର ଏହି ନିଷ୍ପତ୍ତି ଉପରେ ପାଇଲଟ ୟୁନିୟନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।