ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ କଂପାନି ‘ଓ୍ଵିଫି ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌’ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଏବଂ ଖୋର୍ଦ୍ଧାରେ ବିପୁଳ ବ୍ୟବସାୟିକ ସଫଳତା ହାସଲ କରିବା ସହିତ ଏବେ ସାରା ଓଡ଼ିଶାରେ ଏହାର ସେବା ପହଞ୍ଚାଇବାକୁ ବଡ଼ ଧରଣର ଯୋଜନା ପ୍ରସ୍ତୁତ କରିଛି। ବିଜନେସ୍‌ ଅପରେଟର କିମ୍ବା ଫ୍ରାଞ୍ଚାଇଜ୍‌ ମଡେଲ୍‌ ଜରିଆରେ କଂପାନି ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି ବୋଲି କଂପାନିର ମୁଖ୍ୟ ପ୍ରଶାନ୍ତ ଅଗ୍ରଓ୍ଵାଲ୍‌ କହିଛନ୍ତି।
ଓ୍ଵିଫି ରାଜ୍ୟର ଚାରିଟି ଜିଲ୍ଲାରେ ଏବେ ଓୟାରଲେସ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ଏବଂ ଫାଇବର୍‌ ଅପ୍ଟିକ୍‌ ଜରିଆରେ ଇଣ୍ଟରନେଟ୍‌ ସେବା ପ୍ରଦାନ କରୁଛି। ରାଜ୍ୟର ଅନେକ ପ୍ରମୁଖ ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟରେ ଓ୍ଵିଫିର ଇଣ୍ଟରନେଟ୍‌ ବ୍ୟବହାର କରାଯାଉଛି। ଶ୍ରୀ ଅଗ୍ରଓ୍ଵାଲ୍‌ କହିଛନ୍ତି ଯେ ଆମର ସେବା ଅତ୍ୟନ୍ତ ଭରସାଯୋଗ୍ୟ। ତେଣୁ ଭୁବନେଶ୍ୱରର ପ୍ରାୟ ସବୁ ପ୍ରତିଷ୍ଠିତ ସୋ’ରୁମ୍‌ ଏବଂ କାର୍ଯ୍ୟାଳୟ ଆମର ସେବା ବ୍ୟବହାର କରୁଛନ୍ତି। ଦ୍ରୁତ ଗତିରେ ଇଣ୍ଟରନେଟ୍‌ ସେବା ପ୍ରଦାନ କରିବାରେ ଓ୍ଵିଫିର ବେଶ ସୁନାମ ରହିଛି।

Advertisment

ଏହା ଚାରିଟି ଟେଲିକମ୍‌ ସେବା ପ୍ରଦାନକାରୀ ସହିତ ମଧ୍ୟ ସହବନ୍ଧନରେ କାମ କରୁଛି। ଟାଟା କମ୍ୟୁନିକେସନ୍‌, ଭୋଡାଫୋନ୍‌, ଏୟାରଟେଲ୍‌ ଏବଂ ଗୁଗୁଲ୍‌ ସହିତ ଏହାର ସ୍ୱତନ୍ତ୍ର ବୁଝାମଣା ରହିଛି। ଏହା ଏହି କଂପାନିଗୁଡ଼ିକର ବିତରରଣ ନେଟଓ୍ଵର୍କ ଦାୟିତ୍ୱରେ ରହିଛି। ଯେହେତୁ ଚାରିଟି ପ୍ରତିଷ୍ଠିତ କଂପାନିର ଏହା ପାର୍ଟନର୍‌ ତେଣୁ ଓ୍ଵିଫିର ଇଣ୍ଟରନେଟ୍‌ ସେବା ହାସଲ କରୁଥିବା ଗ୍ରାହକମାନେ କେବେ କିଛି ଅସୁବିଧା ସାମ୍ନା କରନ୍ତି ନାହିଁ। ଯଦି କୌଣସି ଏକ କଂପାନିର ସେବା ଧିମା ହୋଇଯାଏ ତେବେ ଏହା ଅନ୍ୟ କଂପାନିର ସେବାକୁ ବ୍ୟବହାର କରି ଇଣ୍ଟରନେଟ୍‌ର ଗତି ବଢ଼ାଇ ଦେଇଥାଏ। ଫଳରେ ଗ୍ରାହକମାନେ ବିନା କୌଣସି ପ୍ରତିବନ୍ଧକରେ ଦ୍ରୁତ ଗତିର ଇଣ୍ଟରନେଟ୍‌ ସେବା ହାସଲ କରିପାରୁଛନ୍ତି।
ଓ୍ଵିଫି ବ୍ୟବସାୟ ପ୍ରତିଷ୍ଠାନ ସହିତ ସାଧାରଣ ଲୋକମାନଙ୍କୁ ମଧ୍ୟ ଇଣ୍ଟରନେଟ୍‌ ସେବା ପ୍ରଦାନ କରୁଛି। ଆପାର୍ଟମେଣ୍ଟ୍‌୍‌ଗୁଡ଼ିକ ପାଇଁ ଏହା ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିଛି। ଫଳରେ ସାଧାରଣ ଗ୍ରାହକମାନେ ସୁଲଭ ମୂଲ୍ୟରେ ଦ୍ରୁତ ଗତିରେ ଇଣ୍ଟରନେଟ୍‌ ସୁବିଧା ଉପଭୋଗ କରିପାରୁଛନ୍ତି ବୋଲି ଶ୍ରୀ ଅଗ୍ରଓ୍ଵାଲ୍‌ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଇଣ୍ଟରନେଟ୍‌, ସିସିଟିଭି ଏବଂ ନେଟଓ୍ଵର୍କ ସମାଧାନ ସୁବିଧା ପ୍ରଦାନ କରୁଛି।