ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାର କିଛି ମାସ ତଳେ କଂପାନି ଟିକସକୁ ୩୦%ରୁ ହ୍ରାସ କରି ୨୨% କରିଥିଲେ। ଏହି ନିଷ୍ପତ୍ତି ଯୋଗୁ ଚଳିତ ଆର୍ଥିକ ବର୍ଷରେ କଂପାନି ଟିକସ ଆଦାୟ ୧ ଲକ୍ଷ ୪୫ ହଜାର କୋଟି ଟଙ୍କା କମିଯିବ ବୋଲି ପ୍ରାରମ୍ଭିକ ପର୍ଯ୍ୟାୟରେ ଆକଳନ କରାଯାଇଥିଲା। ଏବେ କିନ୍ତୁ ଆଉ ଏକ ଆକଳନରୁ ଜଣାପଡ଼ିଛି ଯେ, କଂପାନି ଟିକସ ହ୍ରାସର ପ୍ରଭାବ ଏତେ ଅଧିକ ରହିବ ନାହିଁ। ସରକାର ମାତ୍ର ଲକ୍ଷେ କୋଟି ଟଙ୍କା ହରାଇପାରନ୍ତି। ଅର୍ଥାତ ୪୫ ହଜାର କୋଟି ଟଙ୍କାର ହ୍ରାସ ହେବ ନାହିଁ ଯାହା ସରକାରଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ବିଶେଷ ସହାୟକ ହେବ। ଚଳିତ ଆର୍ଥିକ ବର୍ଷରେ ମୋଟ ୨୪ ଲକ୍ଷ ୬୦ ହଜାର କୋଟି ଟଙ୍କାର ଟିକସ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥି ମଧ୍ୟରୁ କଂପାନି ଟିକସ ବାବଦରେ ୭.୭୧ ଲକ୍ଷ କୋଟି ଟଙ୍କା ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
କଂପାନି ଟିକସ ହ୍ରାସର ପ୍ରଭାବ କମିଯିବ
/sambad/media/post_attachments/wp-content/uploads/2019/09/9Tax-Cuts.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)