ଭୁବନେଶ୍ୱର: ନୟାଗଡ଼ର ଦଶପଲ୍ଲାଠାରେ କାନାରା ବ୍ୟାଙ୍କ ପକ୍ଷରୁ ଏହାର ୧୭୨ତମ ଶାଖା ଖୋଲାଯାଇଛି। ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳର ଉପମହାପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଦଶପଲ୍ଲା ଏନ୍ଏସି ଚେୟାରମ୍ୟାନ୍ ବବିତା ସାହୁ ନୂତନ ଶାଖାକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ବ୍ୟାଙ୍କର ବ୍ରହ୍ମପୁର କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ଏମ୍ ସି ଅନ୍ଜି ରେଡ୍ଡି, ଡିଭିଜନାଲ୍ ମ୍ୟାନେଜର୍ ପ୍ରଭାକର ନନ୍ଦ ଏବଂ ଦଶପଲ୍ଲା ଶାଖାର ପ୍ରବନ୍ଧକ ଅଭିଳାଷ କୁମାର ବେହେରା ଉପସ୍ଥିତ ଥିଲେ।
କାନାରା ବ୍ୟାଙ୍କର ୧୭୨ତମ ଶାଖା ଉଦ୍ଘାଟିତ
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)