: ମୁମ୍ବାଇର ଫାଇନାନ୍ସ କଂପାନି ମାଗ୍ମା ଫିନ୍କର୍ପ ଓଡ଼ିଶାରେ ଏହାର କାରବାରକୁ ବହୁ ଗୁଣା ବଢ଼ାଇବାକୁ ଲକ୍ଷ୍ୟ ରଖିଛି। କଂପାନି ରାଜ୍ୟରେ ଏହାର ଟ୍ରାକ୍ଟର୍, କାର୍ ଓ ନିର୍ମାଣ ଯାନ ଫାଇନାନ୍ସ ବଢ଼ାଇବାକୁ ଯୋଜନା ପ୍ରସ୍ତୁତ କରିଛି। କଂପାନିର ଜାତୀୟ ବ୍ୟବସାୟ ମୁଖ୍ୟ (ଏବିଏଫ୍) ସଞ୍ଜୀବ ଝା କହିଛନ୍ତି ଯେ, ଓଡ଼ିଶାରେ କଂପାନି ବ୍ୟବହୃତ ସମ୍ପତ୍ତି ଋଣ ଅଧିକ ପ୍ରଦାନ କରୁଛି। ଆଗାମୀ ଦିନରେ ଫାଇନାନ୍ସ ପୋର୍ଟଫୋଲିଓ ବଢ଼ିବ। ଗାଡ଼ି ଋଣ ପ୍ରଦାନ କରିବା ଉପରେ କଂପାନି ଅଧିକ ଗୁରୁତ୍ୱ ଦେବ। ୨୦୧୭-୧୮ରେ କଂପାନି ଓଡ଼ିଶାରେ ୨୨୧ କୋଟି ଟଙ୍କା ଆବଣ୍ଟନ କରିଥିଲା। ସେଥି ମଧ୍ୟରୁ ବ୍ୟବହୃତ ସମ୍ପତ୍ତି ପାଇଁ ୮୭.୪୫ କୋଟି ଟଙ୍କା, କାର୍ ଋଣ ବାବଦରେ ୫୮.୬ କୋଟି ଟଙ୍କା ଓ ୩୨.୪୯ କୋଟି ଟଙ୍କା ଟ୍ରାକ୍ଟର ଋଣ ପାଇଁ ପ୍ରଦାନ କରାଯାଇଛି। ଓଡ଼ିଶାରେ ମାଗ୍ମାର ୧୫ଟି ଶାଖା ରହିଛି।
ଟ୍ରାକ୍ଟର୍, କାର୍ ଫାଇନାନ୍ସ ବଢ଼ାଇବ ମାଗ୍ମା
/sambad/media/post_attachments/wp-content/uploads/2018/07/Hyundai-Motor-India-Rolls-out-Fastest-8-Millionth-Car-in-19-Years-6-Months.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)