ଭୁବନେଶ୍ବର: ୨୦୧୮-୧୯ ଆର୍ଥିକ ବର୍ଷ ପୂରିବା ପୂର୍ବରୁ ବଜେଟ୍ ଅର୍ଥ ସମ୍ପୂର୍ଣ୍ଣ ଖର୍ଚ୍ଚ କରିବା ସହ ଟ୍ରେଜେରିରେ ବିଲ୍ ଦାଖଲ କରିବା ତାରିଖକୁ ପୁଣି ଥରେ ରାଜ୍ୟ ସରକାର ଘୁଞ୍ଚାଇଛନ୍ତି। ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଏ ନେଇ ସବୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସଚିବଙ୍କ ସମେତ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି ଲେଖି ସାନି ନିର୍ଦ୍ଦେଶ ଜାରି କରିଛନ୍ତି । ଏହାସହିତ ବିଭାଗମାନେ ସେମାନଙ୍କ ଖର୍ଚ୍ଚ ବିଲ୍ ଓ ଅର୍ଥ ଫେରସ୍ତ ହିସାବ ଟ୍ରେଜେରିକୁ ଯଥାଶୀଘ୍ର ପଠାଇବାକୁ ମଧ୍ୟ ଅର୍ଥ ବିଭାଗ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥ ବିଭାଗ ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ, ପୂର୍ବରୁ ଟ୍ରେଜେରିରେ ବିଲ୍ ଦାଖଲ କରିବା ତାରିଖ ଫେବ୍ରୁଆରି ୭ ତାରିଖ ଧାର୍ଯ୍ୟ ହୋଇଥିଲା। ସବୁ ବିଭାଗ ବଜେଟ୍ ଅର୍ଥ ଖର୍ଚ୍ଚ କରିବାକୁ ଅଧିକ ସମୟ ଦେବାକୁ ଯାଇ ମେସିନାରି, ଗାଡ଼ି, ଶେୟାର ପୁଞ୍ଜି ବିନିଯୋଗ, ସମବାୟ, ଶିଳ୍ପ, ସାଧାରଣ ଉଦ୍ୟୋଗ ପାଇଁ ଋଣ ବାବଦ ବିଲ ଦାଖଲ କରିବା ତାରିଖକୁ ମାର୍ଚ୍ଚ ୧୫ ତାରିଖକୁ ଘୁଞ୍ଚାଇଛନ୍ତି। ଏହାପରେ କୌଣସି ବିଲ୍ ଟ୍ରେଜେରିକୁ ଆସିଲେ ତାକୁ ଗ୍ରହଣ କରାଯିବନି ବୋଲି ଅର୍ଥ ବିଭାଗ ସ୍ପଷ୍ଟ କରିଦେଇଛି। ସେହିପରି ପୂର୍ବରୁ ଆପତ୍ତି ଉଠିଥିବା ବିଲ୍ଗୁଡ଼ିକୁ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଦାଖଲ କରାଯିବ। ରିଲିଫ୍ ଓ ବାର୍ଦ୍ଧକ୍ୟଭତ୍ତା ସମ୍ପର୍କିତ ବିଲ୍ ସମେତ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଓ ଆବାସ ଯୋଜନା ବିଲ୍ ଗୁଡ଼ିକ ଚଳିତମାସ ୨୬ ତାରିଖ ସୁଦ୍ଧା ଟ୍ରେଜେରିରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଟ୍ରେଜେରିରେ ବିଲ୍ ଦାଖଲ ମହଲତ ବଢ଼ିଲା
/sambad/media/post_attachments/wp-content/uploads/2019/03/2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)