ଭୁବନେଶ୍ବର: ଜନପଥର ବାପୁଜୀନଗରଠାରେ ଡାମ୍ରୋ ଫର୍ଣ୍ଣିଚର ସୋ’ରୁମ୍ ଖୋଲିଛି। ଦେଶରେ କମ୍ପାନିର ଏହା ୭୬ତମ ସୋରୁମ୍ ହୋଇଥିବାବେଳେ ପୂର୍ବ ଭାରତରେ ଦଶମ ଏବଂ ଭୁବନେଶ୍ବରରେ ପ୍ରଥମ ଷ୍ଟୋର। ଏଠାରେ କମ୍ପାନି ୪୦୦ରୁ ୫୦୦ଟି ପର୍ଯ୍ୟନ୍ତ ବ୍ୟାପକ ବର୍ଗର ଫର୍ଣ୍ଣିଚର ଉପଲବ୍ଧ କରାଇଛି। ଖଟ ଠାରୁ ଆରମ୍ଭ କରି ସୋଫା, ଡାଇନିଂ ସେଟ୍, ଡ୍ରଇଂ ସେଟ୍, ଅଫିସର ଫର୍ଣ୍ଣିଚର ଆଦି ଏଠାରେ ଉପଲବ୍ଧ ହେଉଛି। କମ୍ପାନି ନିଜର ଉତ୍ପାଦନ ୟୁନିଟ୍ରେ ଫର୍ଣ୍ଣିଚର ପ୍ରସ୍ତୁତ କରୁଥିବାରୁ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଉତ୍ତମ ମାନର ସାମଗ୍ରୀ ଯୋଗାଇବାେର ସକ୍ଷମ ହେଉଛି। ପାର୍ବଣ ଋତୁ ଓ ସୋରୁମ୍ ଉଦଘାଟନ ପରିପ୍ରେକ୍ଷୀରେ ସୋରୁମ୍ ପକ୍ଷରୁ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ଓ ଫାଇନାନ୍ସ ସୁବିଧା ଯୋଗାଇ ଦିଆଯାଉଛି। ନୂଆ ସୋରୁମ୍ ଉଦଘାଟନ ଅବସରରେ କମ୍ପାନିର ଜେନେରାଲ ମ୍ୟାନେଜର ( ପୂର୍ବ ଓ ଉତ୍ତର ଭାରତ) ସୁମନ ବୈରୀ ଉପସ୍ଥିତ ଥିଲେ।
ଡାମ୍ରୋ ଫର୍ଣ୍ଣିଚର ସୋ’ରୁମ୍ ଉଦ୍ଘାଟିତ
Damoro furniture show room ingaurated today:
/sambad/media/post_attachments/wp-content/uploads/2018/10/furniture.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)