ଭୁବନେଶ୍ୱର: ରୋଟାରି ଏବଂ ଇନର୍ହ୍ଵିଲ୍ ମେଟ୍ରୋ ପକ୍ଷରୁ ଯଦୁପୁର ସ୍ଥିତ ସୟେଦ ମମ୍ତାଜ ଅଲ୍ଲୀ ହାଇସ୍କୁଲ ଏକ ଆନ୍ତଃ ସ୍କୁଲ ପ୍ରତିଭା ଅନେ୍ଵଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜଧାନୀର ୧୦ଟି ସ୍କୁଲର ୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବକ୍ତତା ଏବଂ କୁଇଜ୍ ଭଳି ଚାରିଟି ବର୍ଗରେ ପ୍ରତିଯୋଗିତା ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ରୋଟାରି ଜିଲ୍ଲା ଗଭର୍ଣ୍ଣର ଅଜୟ କୁମାର ଅଗ୍ରଓ୍ଵାଲ୍ ଉଦ୍ଘାଟନ କରିଥିଲେ। ରୋଟାରି ମେଟ୍ରୋ ସଭାପତି କୃଷ୍ଣ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇନରହ୍ଵିଲ୍ର ସଭାପତି ରୂପଶ୍ରୀ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ବସରରେ ବ୍ଲକ୍ ସାକ୍ଷରତା ଅଧ୍ୟକ୍ଷ ଜୟକୃଷ୍ଣ ତ୍ରିପାଠୀ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ମକ୍୍ବୁଲ୍ ଅଲ୍ଲୀ ଉପସ୍ଥିତ ଥିଲେ। ବିଭିନ୍ନ ପ୍ରତିଯୋଗିତାର ବିଜେତମାନଙ୍କୁ ପୁରସ୍କୃତ କରାଯାଇଥିଲା।
ପ୍ରତିଭା ଅନେ୍ଵଷଣ ପ୍ରତିଯୋଗିତା କାର୍ଯ୍ୟକ୍ରମ
/sambad/media/post_attachments/wp-content/uploads/2017/09/IMG-20170926-WA0008.jpg)