ନୂଆଦିଲ୍ଲୀ: ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତ ଭଳି ଟ୍ରେନ୍ ପାଇଁ କାର୍ଯ୍ୟକାରୀ ହୋଇଥିବା ଫ୍ଲେକ୍ସି ଫେୟାର ବ୍ୟବସ୍ଥାର ସମୀକ୍ଷା କରୁଛି ରେଳବାଇ। ଟିକଟ ମୂଲ୍ୟ କମ୍ ହେବାର ମଧ୍ୟ ସମ୍ଭାବନା ରହିଛି। ରେଳବାଇ ପକ୍ଷରୁ କୁହାଯାଇଛି ଯେ ଅନ୍ୟ ଟ୍ରେନ୍ର ଭଡ଼ା ବଢ଼ିବ ନାହିଁ।
ଫ୍ଲେକ୍ସି-ଫେୟାର ବ୍ୟବସ୍ଥା ଲାଗୁ ହେବା ବର୍ଷେ ହୋଇନାହିଁ। ରେଳବାଇ ଏହା ଜରିଆରେ ୫୪୦ କୋଟି ଟଙ୍କାର ଆଦାୟ କରିସାରିଲାଣି। ଏହି ବ୍ୟବସ୍ଥାରେ ଟିକଟ ମୂଲ୍ୟ ଆକାଶଛୁଁଆ ହେବା ସମ୍ପର୍କିତ ଗଦା ଗଦା ଅଭିଯୋଗ ପହଞ୍ଚିବା ପରେ ରେଳବାଇ ଚିନ୍ତିତ ହୋଇପଡ଼ିଛି। ଟିକଟର ଚଢ଼ା ଦର ଯୋଗୁଁ ବିଭିନ୍ନ ଟ୍ରେନ୍ରେ ଅନେକ ସିଟ୍ ଫାଙ୍କା ରହୁଛି। ରେଳ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଫ୍ଲେକ୍ସି ଫେୟାର୍କୁ ନେଇ ରହିଥିବା ସମସ୍ୟା ବିଷୟରେ ଲୋକମାନେ ମୋତେ ଜଣାଇଛନ୍ତି। ଆମେ ଏହାକୁ ଏଭଳି ଏକ ବ୍ୟବସ୍ଥାରେ ପରିଣତ କରିବାକୁ ଚାହୁଁଛି ଯଦ୍ୱାରା ରାଜସ୍ୱ ଆଦାୟ ହୋଇପାରିବ କିନ୍ତୁ ଲୋକମାନଙ୍କୁ ତାହା କଷ୍ଟ ଦେବ ନାହିଁ।
ଫ୍ଲେକ୍ସି ଫେୟାର ବ୍ୟବସ୍ଥାର ସମୀକ୍ଷା କରିବ ରେଳବାଇ
/sambad/media/post_attachments/wp-content/uploads/2017/09/train-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)