ୱାସିଂଟନ: ଆମେରିକାର ବିଶିଷ୍ଟ ନିବେଶକ, ବିଶ୍ବର ତୃତୀୟ ଧନୀ ବ୍ୟକ୍ତି ତଥା ବର୍କସାୟାର ହାଥଆୱେ କମ୍ପାନିର ମୁଖ୍ୟ ୱାରେନ୍ ବଫେଟ୍ଙ୍କ ଉତ୍ତରାଧିକାରୀ କିଏ ହେବେ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ବଫେଟଙ୍କ ଉତ୍ତରାଧିକାରୀ କମ୍ପାନିର ଦୁଇଜଣ ବରିଷ୍ଠ ଅଧିକାରୀ ହୋଇପାରନ୍ତି ବୋଲି ବଫେଟ୍ ନିକଟରେ ଅନୁଷ୍ଠିତ କମ୍ପାନିର ବାର୍ଷିକ ସାଧାରଣ ବୈଠକରେ ଜଣେ ଅଂଶଧାରୀଙ୍କ ପ୍ରଶ୍ନରେ କହିଛନ୍ତି। ସେମାନେ ହେଲେ ୫୫ ବର୍ଷ ବୟସ୍କ ଗ୍ରିଗୋରି ଏବଲ୍ ଏବଂ ୬୭ ବର୍ଷ ବୟସ୍କ ଓଡ଼ିଶା ଜନ୍ମିତ ଅଜିତ ଜୈନ। ଗତବର୍ଷ ଏହି ଦୁଇଜଣଙ୍କୁ କମ୍ପାନି ପଦୋନ୍ନତି ଦେଇ ନିର୍ଦ୍ଦେଶକମଣ୍ଡଳୀରେ ଅବସ୍ଥାପିତ କରିଛି। ଅଂଶଧାରୀ ପଚାରିଥିଲେ ବଫେଟ୍ ଏବଂ ତାଙ୍କର ଅନ୍ୟ ବ୍ୟବସାୟିକ ସହଯୋଗୀ ଚାର୍ଲି ମୁଙ୍ଗେରଙ୍କ ସହିତ ଅଂଶଧାରୀମାନଙ୍କ ପ୍ରଶ୍ନ ଆଗାମୀ ଦିନରେ କିଏ ଦେବେ ବୋଲି ପ୍ରଶ୍ନ ହେବାରୁ ସେ ଉପରୋକ୍ତ ଦୁଇ ବ୍ୟକ୍ତିଙ୍କ ନାମ କହିଥିଲେ। ଗ୍ରେଗ୍ ଏବଂ ଅଜିତଙ୍କ ବ୍ୟତୀତ ଆପଣମାନଙ୍କୁ ଆଉ ଦୁଇଜଣ ଭଲ ମ୍ୟାନେଜର ମିଳିବେ ନାହିଁ। ସେମାନେ ଅତି ଭଲ କାର୍ଯ୍ୟ କରୁଛନ୍ତି ବୋଲି ବଫେଟ୍ କହିଛନ୍ତି। ତେଣୁ ସିଧାସଳଖ ଅଜିତ୍ କିମ୍ବା ଗ୍ରିଗୋରି ତାଙ୍କର ଉତ୍ତରାଧିକାରୀ ହେବେ ବୋଲି କହି ନଥିଲେ ମଧ୍ୟ ତାଙ୍କର ଉପରୋକ୍ତ ଉତ୍ତରରୁ ଗ୍ରିଗୋରି ଓ ଅଜିତ ତାଙ୍କ ଉତ୍ତରାଧିକାରୀ ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି। ଓଡ଼ିଶାରେ ଜନ୍ମିତ ଅଜିତ ଆଇଆଇଟି ଖଡ଼ଗପୁରରୁ ବିଟେକ୍ ଡିଗ୍ରି ହାସଲ କରିଛନ୍ତି।
ବଫେଟ୍ଙ୍କ ସ୍ଥାନ ନେବେ ଓଡ଼ିଶା ଜନ୍ମିତ ଅଜିତ!
/sambad/media/post_attachments/wp-content/uploads/2019/05/Untitled-7-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)