ସରକାରୀ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସେମାନଙ୍କୁ ୭୦ ହଜାର କୋଟି ଟଙ୍କାର ନୂତନ ପାଣ୍ଠି ପ୍ରଦାନ କରାଯିବ ବୋଲି ବଜେଟ୍ରେ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାରୀ ବ୍ୟାଙ୍କଗୁଡ଼ିକର ଏନ୍ପିଏ ୧ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଥିବା ବେଳେ ଆଇବିସି ଲାଗୁ ହେବା ପରେ ବ୍ୟାଙ୍କଗୁଡ଼ିକ ୪ ଲକ୍ଷ କୋଟି ଟଙ୍କାର ଫସି ରହିଥିବା ଋଣ ରାଶି ଫେରିପାଇଛନ୍ତି। ସରକାରୀ ବ୍ୟାଙ୍କଗୁଡ଼ିକର ସଂଖ୍ୟାକୁ ପର୍ଯ୍ୟାୟକ୍ରମେ ୮କୁ ଖସାଇ ଦିଆଯିବ ବୋଲି ସେ କହିଛନ୍ତି।
ସରକାରୀ ବ୍ୟାଙ୍କଙ୍କୁ ମିଳିବ ୭୦ ହଜାର କୋଟି
/sambad/media/post_attachments/wp-content/uploads/2019/06/no-rift-with-reserve-bank-of-india-say-senior-government-officials-2.jpg)