ସାଓମି ରେଡ୍‌ମି ନୋଟ୍ ‌୭ ପ୍ରୋ

ଭୁବନେଶ୍ବର: ସ୍ମାର୍ଟଫୋନ ଓ ସ୍ମାର୍ଟ ଟିଭି ନିର୍ମାତା ଭାରତରେ ଏହାର ବହୁ ପ୍ରତୀକ୍ଷିତ ରେଡ୍‌ମି ନୋଟ ୭ ପ୍ରୋ ସମେତ ନୋଟ ୭ ସ୍ମାର୍ଟଫୋନ, ମି ଏଲଇଡି ଟିଭି ୪ଏ ପ୍ରୋ (୩୨ ଇଞ୍ଚ) ଏବଂ ମି ବ୍ଲୁ ଟୁଥ୍ ସ୍ପୋର୍ଟସ ଇଅରଫୋନ୍ ଭଳି ୫ଟି ଉତ୍ପାଦର ବଜାର ପ୍ରବେଶ କରିଛି। କମ୍ପାନି ନୂଆଦିଲ୍ଲୀରେ ଏହି ଉତ୍ପାଦ ଗୁଡ଼ିକର ଅନ୍ତର୍ଜାତୀୟ ଉନ୍ମୋଚନ କରିଛି। ନୋଟ୍ ୭ ପ୍ରୋରେ ୪୮ ମେଗାପିକ୍ସେଲ କ୍ୟାମେରା ଥିବାବେଳେ ଏହା ୩ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେବ। ୪ଜିବି+୬୪ ଜିବି ନୋଟ୍ ୭ ପ୍ରୋ ମୂଲ୍ୟ ୧୩୯୯୯ ଟଙ୍କା ଏବଂ ୬ଜିବି+ ୧୨୮ ଜିବି ନୋଟ ୭ ପ୍ରୋର ମୂଲ୍ୟ ୧୬,୯୯୯ ଟଙ୍କା ରହିଛି। ସେହିଭଳି ୩ଜିବି+୩୨ଜିବି ଭାରିଆଣ୍ଟ ନୋଟ ‌୭ର ମୂଲ୍ୟ ୯୯୯୯ ଟଙ୍କା ଏବଂ ୪ଜିବି+୬୪ ଜିବି ଭାରିଆଣ୍ଟ ନୋଟ୍ ୭ର ମୂଲ୍ୟ ୧୧୯୯୯ ଟଙ୍କା ରହିଛି। ନୂଆ ଉତ୍ପାଦ ଗୁଡ଼ିକର ବଜାର ପ୍ରବେଶ ସାଓମି ଇଣ୍ଡିଆର ଏମଡି ମନୁ ଜୈନ ଓ ମାର୍କେଟିଂ ମୁଖ୍ୟ ଅନୁଜ ଶର୍ମା କରାଇଛନ୍ତି।

ସମ୍ବନ୍ଧିତ ଖବର