ଡାଭୋସ: ବିଶ୍ବ ଅର୍ଥନୈତିକ ଫୋରମ୍ ପକ୍ଷରୁ ଆଜି ପ୍ରକାଶିତ ସାମାଜିକ ଗତିଶୀଳତା ସୂଚୀ ପ୍ରକାଶ ପାଇଛି। ଏଥିରେ ଭାରତର ସ୍ଥାନ ଅତ୍ୟନ୍ତ ଖରାପ ରହିଛି। ୮୨ଟି ଦେଶ ମଧ୍ୟରେ ଭାରତ ୭୬ତମ ସ୍ଥାନରେ ରହିଛି। ଅର୍ଥାତ୍ ଭାରତ ତଳଆଡ଼ୁ ସପ୍ତମ ସ୍ଥାନରେ ଅଛି। ବିଶ୍ବ ଅର୍ଥନୈତିକ ଫୋରମ୍ ବୈଠକର ଅବ୍ୟବହିତ ପୂର୍ବରୁ ପ୍ରକାଶିତ ରିପୋର୍ଟରୁ ଏହା ଜଣାଯାଇଛି। ତାଲିକାର ଶୀର୍ଷରେ ଡେନମାର୍କ ରହିଛି। ତେବେ ଏକ ଭଲ ସାମାଜିକ ଗତିଶୀଳତା ସୂଚୀ ଯୋଗୁ ଅଧିକ ଲାଭବାନ ହେବାକୁ ଥିବା ୫ଟି ରାଷ୍ଟ୍ର ମଧ୍ୟରେ ଭାରତକୁ ରଖାଯାଇଛି। ଜଣେ ବ୍ୟକ୍ତିର ସର୍ବାଧିକ ସାମର୍ଥ୍ୟର ପ୍ରଦର୍ଶନ ପାଇଁ ଗୋଟିଏ ଦେଶରେ ବିଭିନ୍ନ ବର୍ଗର ଲୋକଙ୍କୁ ମିଳୁଥିବା ସମାନ ସୁବିଧା ସୁଯୋଗକୁ ନେଇ ଏହି ସୂଚୀ ପ୍ରସ୍ତୁତ କରାଯାଇଛି। ସାମାଜିକ ଗତିଶୀଳତାରେ ୧୦ ପ୍ରତିଶତ ବୃଦ୍ଧି ଘଟିଲେ ସାମାଜିକ ସଂହତି ବଢ଼ିଥାଏ ଏବଂ ଏଥିଯୋଗୁଁ ଆର୍ଥିକ ସମୃଦ୍ଧି ମଧ୍ୟ ଆସିଥାଏ। କିନ୍ତୁ ଖୁବ୍ କମ୍ ଅର୍ଥନୀତିରେ ସାମାଜିକ ଗତିଶୀଳତା ନେଇ ଉପଯୁକ୍ତ ବାତାବରଣ ନଥାଏ। ଯେଉଁସବୁ ମାନଦଣ୍ଡକୁ ନେଇ ଏହି ରୢାଙ୍କ ପ୍ରସ୍ତୁତ ହୋଇଛି ସେଥିରେ ଆଜୀବନ ଶିକ୍ଷା, ସାମାଜିକ ସୁରକ୍ଷା, ପାରିଶ୍ରମିକ ବଣ୍ଟନ ଭଳି ବିଷୟ ରହିଛି। ଆଜୀବନ ଶିକ୍ଷାରେ ଭାରତ ୪୧ତମ ସ୍ଥାନରେ ରହିଥିବାବେଳେ କାର୍ଯ୍ୟ ସ୍ଥିତି ସୂଚୀରେ ୫୩ତମ ସୂଚୀରେ ୭୯ତମ ସ୍ଥାନରେ ରହିଛି।
ସାମାଜିକ ଗତିଶୀଳତା ସୂଚୀ, ଭାରତ ତଳଆଡ଼ୁ ସପ୍ତମ
/sambad/media/post_attachments/wp-content/uploads/2020/01/dh987f4hhhhhhhhhhhhhh98d5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)