ଭୁବନେଶ୍ୱର: ହଜ୍ ଯାତ୍ରାରେ ବାହାରିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏଚ୍ଡିଏଫ୍ସି ବ୍ୟାଙ୍କର ସାରା ଓଡ଼ିଶାରେ ଥିବା ଶାଖାଗୁଡ଼ିକରେ ହଜ୍ ଉମରାହ ଫୋରେକ୍ସ ପ୍ଲସ୍ କାର୍ଡ ପ୍ରଦାନ କରାଯାଉଛି। ରାଜ୍ୟରେ ଥିବା ବ୍ୟାଙ୍କର ୧୪୩ ଟି ଶାଖା ମଧ୍ୟରୁ ଯେକୌଣସି ଶାଖାରୁ ଓ ଭୁବନେଶ୍ୱରରେ ଥିବା ହଜ୍ ହାଉସ୍ରୁ ଗ୍ରାହକମାନେ ମୁଦ୍ରା ବିନିମୟ କରି ସାଉଦି ରିଆଲ୍ ପାଇପାରିବେ।ହଜ୍ ଉମରାହ୍ ଫୋରେକ୍ସ ପ୍ଲସ୍ କାର୍ଡରେ ବୀମା ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ଏହି କାର୍ଡରେ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷଣୀୟ ଡିଲ୍ ଓ ଅଫର୍ ପ୍ରଦାନ କରିବା ପାଇଁ ବ୍ୟାଙ୍କ ଅନେକ ବ୍ୟବସାୟୀଙ୍କ ସହ ବୁଝାମଣା କରିଛି। ଏହି କାର୍ଡ ଜରିଆରେ ହଜ୍ ଶ୍ରଦ୍ଧାଳୁମାନେ ସବୁ ପ୍ରକାର ପେମେଣ୍ଟ୍ କରିପାରିବେ ଓ ଏଟିଏମ୍ରୁ ଟଙ୍କା ଉଠାଇପାରିବେ। ଗ୍ରାହକମାନେ ପ୍ରିପେଡ୍ ବ୍ୟାକ୍ଅପ୍ କାର୍ଡ ଜରିଆରେ ବିଦେଶୀ ମୁଦ୍ରାକୁ ପୁଣି କାର୍ଡରେ ଭର୍ତି କରିପାରିବେ। ସାରା ବିଶ୍ୱର ଅନ୍ତର୍ଜାତିକ ବିମାନ ବନ୍ଦରଗୁଡ଼ିକରେ ଥିବା ଡ୍ୟୁଟି ଫ୍ରି (ଶୁଳ୍କ ମୁକ୍ତ) ଦୋକାନାଗୁଡ଼ିକରେ ଗ୍ରାହକମାନେ ସପିଙ୍ଗ ମଧ୍ୟ କରିପାରିବେ। ରାଜ୍ୟରେ ଏଚ୍ଡିଏଫ୍ସି ବ୍ୟାଙ୍କର ଥିବା ୧୪୩ଟି ଶାଖାରୁ ଶ୍ରଦ୍ଧାଳୁମାନେ ସାଉଦି ରିଆଲ୍ ଓ ହଜ୍ ଉମରାହ୍ ଫୋରେକ୍ସ କାର୍ଡ ପାଇପାରିବେ।
ହଜ ଯାତ୍ରୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଡେବିଟ କାର୍ଡ ବାହାର କଲା ଏଚଡିଏଫସି ବ୍ୟାଙ୍କ
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)