ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ଅର୍ଥାତ୍ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ରେକର୍ଡ ୧.୧୩ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଠକେଇ ହୋଇଛି। ରିଜର୍ଭ ବ୍ୟାଙ୍କର ଆର୍ଥିକ ସ୍ଥିରତା ରିପୋର୍ଟରୁ ଏହା ଜଣାପଡ଼ିଛି। ଏଥିରେ ୪୪୧୨ଟି ମାମଲା ରହିଛି ଯେଉଁଥିରେ ଠକେଇ ପରିମାଣ ୧ ଲକ୍ଷ ଟଙ୍କା ବା ଅଧିକ। ୨୦୧୮-୧୯ ଆର୍ଥିକ ବର୍ଷରେ ବ୍ୟାଙ୍କ ଗୁଡ଼ିକ ୬୮୦୧ଟି ଠକେଇ ମାମଲା ରିପୋର୍ଟ କରିଥିଲେ। ସେଥିରେ ମୋଟ ୭୧,୫୪୩ କୋଟି ଟଙ୍କାର ଠକେଇ ହୋଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ବ୍ୟାଙ୍କ ଗୁଡ଼ିକ ୩୯୮ଟି ବଡ଼ ଧରଣର ଠକେଇ ରିପୋର୍ଟ କରିଛନ୍ତି। ଏହି ପ୍ରତ୍ୟେକ ବଡ଼ ଠକେଇ ପରିମାଣ ୫୦ କୋଟି ଟଙ୍କାରୁ ଅଧିକ। ବଡ଼ ଠକେଇ ବାବଦରେ ବ୍ୟାଙ୍କ ଗୁଡ଼ିକୁ ମୋଟ ୧.୦୫ ଲକ୍ଷ କୋଟି ଟଙ୍କାର ଚୂନ ଲାଗିଛି। ସେହିଭଳି ବ୍ୟାଙ୍କ ଗୁଡ଼ିକ ୨୧ଟି ବହୁ ବଡ଼ ଠକେଇ ରିପୋର୍ଟ କରିଛନ୍ତି, ଯାହାର ପରିମାଣ ହଜାରେ କୋଟି ଟଙ୍କା ଲେଖାଏଁରୁ ଅଧିକ। ଏ ବାବଦରେ ୪୪,୯୫୧ କୋଟି ଟଙ୍କାର ଠକେଇ ବ୍ୟାଙ୍କ ଗୁଡ଼ିକରେ ହୋଇଛି। ତେବେ ଏବେ ବି ଋଣଜନିତ ଠକେଇ ସବୁଠୁ ଅଧିକ ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ହୋଇଥିବା ମୋଟ ଠକେଇରେ ଋଣଜନିତ ଠକେଇ ୯୭ ପ୍ରତିଶତ ରହିଛି।
୬ ମାସରେ ୧.୧୩ ଲକ୍ଷ କୋଟି ବ୍ୟାଙ୍କ ଠକେଇ
/sambad/media/post_attachments/wp-content/uploads/2019/05/Reserve-bank-of-India-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)