ଅକ୍ଟୋବର ମାସରେ ଜିଏସ୍‌ଟି ଆଦାୟ କମିଲା

ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଦେଶର ଜିଏସ୍‌ଟି ଆଦାୟ ରାଶି ୯୫,୩୮୦ କୋଟି ଟଙ୍କା ରହିଛି। ଗତବର୍ଷ ଅକ୍ଟେବାର ତୁଳନାରେ ଚଳିତବର୍ଷ ଅକ୍ଟୋବରରେ ଦେଶରେ ଜିଏସ୍‌ଟି ଆଦାୟ ରାଶି ୫.୩ ପ୍ରତିଶତ କମିଛି। ତେବେ ଚଳିତବର୍ଷ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଜିଏସ୍‌ଟି ଆଦାୟ ରାଶି ୩.୭୬ ପ୍ରତିଶତ ବୃଦ୍ଧି ଘଟିଛି। ଚଳିତବର୍ଷ ସେପ୍ଟେମ୍ବରରେ ଜିଏସ୍‌ଟି ଆଦାୟ ରାଶି ୯୧,୯୧୬ କୋଟି ଟଙ୍କା ରହିଥିଲା।ଅକ୍ଟୋବର ମାସରେ କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି) ବାବଦରେ ୧୭,୫୮୨ କୋଟି, ରାଜ୍ୟ ଜିଏସ୍‌ଟି (ଏସଜିଏସ୍‌ଟି) ବାବଦରେ ୨୩,୬୭୪ କୋଟି, ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ବାବଦରେ ୪୬,୫୧୭ କୋଟି ଟଙ୍କା (ଆମଦାନିରୁ ୨୧,୪୪୬ କୋଟି ଟଙ୍କାକୁ ମିଶାଇ) ଆଦାୟ ହୋଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର