ଅଗରବତୀ ଆମଦାନି ଉପରେ କଟକଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଗରବତୀ ଆମଦାନି ଉପରେ କଟକଣା ଜାରି କରିଛନ୍ତି। ଚୀନ୍ ଓ ଭିଏତନାମ ଭଳି ଦେଶରୁ ବିପୁଳ ପରିମାଣର ଅଗରବତୀ ଦେଶରେ ପ୍ରବେଶ କରୁଥିବା ଖବର ପାଇବା ପରେ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଆଗକୁ ଅଗରବତୀ ଆମଦାନି କରିବାକୁ ହେଲେ ସରକାରଙ୍କ ଠାରୁ ଲାଇସେନ୍ସ ନେବାକୁ ପଡ଼ିବ। ବୈଦେଶିକ ବ୍ୟାପାର ମହାନିର୍ଦେଶାଳୟ ତରଫରୁ ଅଗରବତୀ ଓ ସେହି ପ୍ରକାର ସୁଗନ୍ଧ ଦ୍ରବ୍ୟର ଆମଦାନି ନୀତିରେ ସଂଶୋଧନ କରାଯାଇଛି। ପୂର୍ବରୁ ଏହା ଅବାଧ ଥିଲା। ତାହାକୁ ଏଷବ କଟକଣା ବର୍ଗରେ ସାମିଲ କରାଯାଇଛି। ଘରକୁ ସୁଗନ୍ଧିତ କରିବା ଲାଗି ବ୍ୟବହାର କରାଯାଉଥିବା ସାମଗ୍ରୀର ଆମଦାନି ଉପରେ ମଧ୍ୟ କଟକଣା ଲାଗିଛି।

ସମ୍ବନ୍ଧିତ ଖବର