ଭୁବନେଶ୍ୱର : ଦେଶରେ ୪୪ଟି ଖଣି ନିଲାମ େହାଇଥିବା ବେଳେ ସେଥିରୁ ମାତ୍ର ୨ଟି ଲୁହା ପଥର ଖଣିର ଖଣି ଲିଜ୍ କାର୍ଯ୍ୟକାରୀ ହୋଇଛି। ଅନ୍ୟ କୌଣସି ଖଣିର କାମ ଆଗକୁ ବଢ଼ିପାରିନାହିଁ। ଏଥିରେ ପ୍ରତିବନ୍ଧକ ହେଉଛି ବିଭିନ୍ନ ପ୍ରକାର ମଞ୍ଜୁରି ବୋଲି ଖଣି ଓ ଖଣିଜ କ୍ଷେତ୍ରର ଜଣେ ବିଶେଷଜ୍ଞ କହିଛନ୍ତି। ସେ କହିେଲ, ଖଣି ଲିଜ୍ କାର୍ଯ୍ୟକାରୀ କରିବାକୁ ହେଲେ ଜଙ୍ଗଲ ଓ ପରିବେଶ ମଞ୍ଜୁରି, ଖଣି ଯୋଜନାକୁ ଅନୁମୋଦନ, କନ୍ସେଣ୍ଟ୍ ଟୁ ଅପରେଟ୍ (କାର୍ଯ୍ୟ ଆରମ୍ଭ କରିବା ଅନୁମତି) ଆଦି ଅନେକ ପ୍ରକାର ଅନୁମୋଦନ ଦରକାର ହୁଏ। ଅନୁମୋଦନ ମିଳିବାରେ ବିଳମ୍ବ ହେଉଥିବାରୁ ଖଣି ଲିଜ୍ଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ସେ କହିଛନ୍ତି। ନିଲାମ କରିବା ପାଇଁ ଦେଶରେ ୧୫୫ଟି ଖଣିକୁ ଚିହ୍ନଟ କରାଯାଇଥିଲା। କିନ୍ତୁ ସେଥିରୁ ମାତ୍ର ୪୪ଟି ବ୍ଲକ୍ର ନିଲାମ ହୋଇପାରିଛି। ଖଣି ଅନ୍ବେଷଣ (ଏକ୍ସପ୍ଲୋରେସନ୍) କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବାରୁ ଅନ୍ୟ ବ୍ଲକ୍ଗୁଡ଼ିକର ନିଲାମରେ ସମସ୍ୟା ସୃଷ୍ଟି ହୋଇଛି େବାଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କୋଲକାତାରେ ଖଣି ଓ ମେସିନ୍ ପ୍ରଦର୍ଶନୀ ଅକ୍ଟୋବର ୩୧ରୁ
ଭୁବନେଶ୍ୱର :କୋଲକାତାର ରାଜରହାଟ ଠାରେ ଥିବା ଇକୋ ପାର୍କରେ ଅକ୍ଟୋବର ୩୧ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଆନ୍ତର୍ଜାତିକ ଖଣି ଓ ମେସିନ୍ ପ୍ରଦର୍ଶନୀ (ଆଇଏମ୍ଏମ୍ଇ) ୨୦୧୮ ଆୟୋଜନ କରାଯିବ। ଏହି ପ୍ରଦର୍ଶନୀରେ ଖଣି ଶିଳ୍ପରେ ବ୍ୟବହାର ହେଉଥିବା ବିଶ୍ବର ସମସ୍ତ ସଦ୍ୟତମ ପ୍ରଯୁକ୍ତି ବିଶିଷ୍ଟ ମେସିନ୍ଗୁଡ଼ିକୁ ପ୍ରଦର୍ଶିତ କରାଯିବ। ଭାରତୀୟ ଶିଳ୍ପ ମହାସଂଘ (ସିଆଇଅାଇ) ପକ୍ଷରୁ ଆୟୋଜନ କରାଯାଉଥିବା ଏହି ପ୍ରଦର୍ଶନୀରେ ୧୦ଟି ରାଷ୍ଟ୍ରର ପାଭିଲିୟନ୍ ରହିବ। ୧୦୦ରୁ ଅଧିକ ବି୨ବି ବୈଠକ ଆୟୋଜନ କରାଯିବ ଓ ୨ ଦିନିଆ ଗ୍ଲୋବାଲ୍ ମାଇନିଂ ସମ୍ମିଳନୀ ମଧ୍ୟ ଆୟୋଜିତ ହେବ। ଏକ ଲକ୍ଷ ବର୍ଗମିଟରର ପ୍ରଦର୍ଶନୀ ଅଞ୍ଚଳରେ ଆୟୋଜିତ ହେଉଥିବା ଆଇଏମ୍ଏମ୍ଇ-୨୦୧୮ରେ ୩୦୦ରୁ ଅଧିକ ପ୍ରଦର୍ଶନକାରୀ ଭାଗ ନେବେ। ଏହି ପ୍ରଦର୍ଶନୀକୁ ନେଇ ଆୟୋଜନ କରାଯାଇଥିବା ରୋଡ୍ ସୋ’ରେ ଫେକର୍ର ରେସିଡେଣ୍ଟ୍ ଡାଇରେକ୍ଟର ଏମ୍ ଭି ରାଓ, ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ର ରେସିଡେଣ୍ଟ୍ ଡାଇରେକ୍ଟର୍ ଏସ୍ ଏସ୍ ଉପାଧ୍ୟାୟ ଓ ସିଆଇଆଇର ରାଜ୍ୟ ମୁଖ୍ୟ ସୁପର୍ଣ୍ଣା ନନ୍ଦ ଉପସ୍ଥିତ ଥିଲେ।