‘ଆଇଜେନ୍‌’ ଆଣିଲା ଟିଭି, ଓ୍ଵାସିଂ ମେସିନ୍‌:୨୦୧୯ରେ ଏସି, ଫ୍ରିଜ୍‌ ଆଣିବୁ: ଅଗ୍ରଓ୍ଵାଲ୍‌

ଭୁବନେଶ୍ୱର: ପୂଜାକୁ ଦୃଷ୍ଟିରେ ରଖି ‘ଆଇଜେନ୍‌’ ପକ୍ଷରୁ ନୂତନ ଉତ୍ପାଦକୁ ଓଡ଼ିଶା ବଜାରରେ ପ୍ରବେଶ କରାଯାଇଛି। କଂପାନିର ନିର୍ଦେଶକ କୁନାଲ୍‌ ଅଗ୍ରଓ୍ଵାଲ୍‌ ଭୁବନେଶ୍ୱରଠରେ ଏହି ଉତ୍ପାଦଗୁଡ଼ିକୁ ଅନାବରଣ କରିଛନ୍ତି। ଆଇଜେନ୍‌ ଏହାର ଆଇପିଏସ୍‌ ଏଲ୍‌ଇଡି ଟିଭି, ଓ୍ଵାସିଂ ମେସିନ୍‌ ଓ ବିଭିନ୍ନ ପ୍ରକାର ହିଟର୍‌କୁ ଉନ୍ମୋଚନ କରିଛି। ଏଥିରେ ୪୩, ୪୯, ୫୫ ଓ ୬୫ ଇଞ୍ଚ୍‌ର ନୂଆ ଏଲ୍‌ଇଡି ରହିଛି। ବଜାରକୁ ଆସିଥିବା ୟୁଏଚ୍‌ଡି ୪କେ ଏଲ୍‌ଇଡିରେ ୨ ଜିବି ରାମ୍‌ ଓ ୧୬ ଜିବି ରମ୍‌ ରହିଛି। ଏଥିରେ ଇ-ସେୟାର ସୁବିଧା ମଧ୍ୟ ଅଛି। ହିଟର ଗୁଡ଼ିକ ମଧ୍ୟରେ କଂପାନି ଆଣିଛି ଓ୍ଵାଟର୍‌ ହିଟର, ହାଲୋଜେନ୍‌ ରୁମ୍‌ ହିଟର୍‌ ଓ କ୍ଟାଜ୍‌ ରୁମ୍‌ ହିଟର। ପୂଜା ବଜାରରେ କଂପାନି ଗ୍ରାହକମାନଙ୍କୁ ଆକର୍ଷଣୀୟ ଅଫର ପ୍ରଦାନ କରିବାକୁ ଘୋଷଣା କରିଛି।
କଂପାନି ପକ୍ଷରୁ ୭ କେଜି ବିଶିଷ୍ଟ ସେମି ଅଟୋମେଟିକ୍‌ ଓ୍ଵାସିଂ ମେସିନ୍‌ ଉନ୍ମୋଚନ କରାଯାଇଛି। ସେଥିରେ ଟୁଇନ୍‌ ଟବ୍‌, ଡ୍ରାୟର୍‌ ଓ ଓ୍ଵାସର୍‌ ଭଳି ସୁବିଧା ରହିଛି। ଶ୍ରୀ ଅଗ୍ରଓ୍ଵାଲ୍‌ କହିଛନ୍ତି ଯେ, ଆମର ସବୁ ଉତ୍ପାଦଗୁଡ଼ିକରେ କମ୍‌ ବିଜୁଳି ଖର୍ଚ୍ଚ ହୋଇଥାଏ। ଏଥିସହିତ ଏହି ଉତ୍ପାଦ ଗୁଡ଼ିକ ଉତ୍କଷ୍ଟ ମାନର। ଆମେ ଗ୍ରାହକଙ୍କୁ ଯେକୌଣସି ଅନ୍ୟ କଂପାନି ତୁଳନାରେ ଅଧିକ ଓ୍ଵାରେଣ୍ଟି ପ୍ରଦାନ କରୁଛୁ ଯାହା ସେମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ ବୋଲି ସେ କହିଛନ୍ତି। ଏହି ଅବସରରେ କଂପାନିର ଓଡ଼ିଶା ଶାଖା ପ୍ରବନ୍ଧକ କିଶୋର ମିଶ୍ର ଉପସ୍ଥିତ ଥିଲେ।

ଆଇଜେନ୍‌ ପକ୍ଷରୁ ଏବେ ବଜାରରେ କୁଲର୍‌, ଏଲ୍‌ଇଡି ଟିଭି, ହୋମ୍‌ ଥିଏଟର୍‌ ଓ ଓ୍ଵାସିଂ ମେସିନ୍‌ ବିକ୍ରି କରାଯାଉଛି। ୨୦୧୯ର ପ୍ରଥମ ତିନି ମାସ ଭିତରେ ଆମେ ଫ୍ରିଜ୍‌ ଓ ଏସି ଆଣିବାକୁ ଯୋଜନା ରଖିଛୁ ବୋଲି କଂପାନିର ନିର୍ଦେଶକ କୁନାଲ୍‌ ଅଗ୍ରଓ୍ଵାଲ୍‌ କହିଛନ୍ତି। ସେ କହିଲେ, ଆମେ ଏଲ୍‌ଇଡିରେ ୫, ଓ୍ଵାସିଂ ମେସିନ୍‌ରେ ୬ ଓ ସ୍ପିକର୍‌ରେ ୭ଟି ମଡେଲ୍‌ ଆଣିଛୁ। ଆମ ଉତ୍ପାଦଗୁଡ଼ିକୁ ବିକ୍ରି କରିବା ପରେ ଓଡ଼ିଶାରେ ୩୦୦ ରିଟେଲର୍‌ଙ୍କ ବିସ୍ତତ ନେଟଓ୍ଵର୍କ ରହିଛି। ମାତ୍ର ଛଅ ମାସ ତଳେ ଆମେ ଏହି ବଜାରରେ ପ୍ରବେଶ କରିଥିଲୁ। ଆମ ଉତ୍ପାଦଗୁଡ଼ିକୁ ଗ୍ରାହକମାନେ ବହୁତ ପସନ୍ଦ କରୁଛନ୍ତି। ପ୍ରଥମ ବର୍ଷ ଆମେ ଓଡ଼ିଶାରେ ୨ କୋଟି ଟଙ୍କାର କାରବାର କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି। ଓଡ଼ିଶାରେ କଂପାନିର ୩୫ଟି ସର୍ଭିସ୍‌ ସେଣ୍ଟର୍‌ ମଧ୍ୟ ରହିଛି।
ଆଇଜେନ୍‌ ଏହାର ଉତ୍ପାଦଗୁଡ଼ିକୁ ନୋଏଡା ଓ ଗ୍ରେଟର ନୋଏଡାଠାରେ ଥିବା କାରଖାନାରେ ଉତ୍ପାଦନ କରୁଛି। ମହାରାଷ୍ଟ୍ରରେ କଂପାନି ଏକ ନୂଆ କାରଖାନା ସ୍ଥାପନ କରୁଛି ଯେଉଁଠାରେ ଦିନକୁ ୮୦୦ ଏଲ୍‌ଇଡି ଉତ୍ପାଦନ କରାଯାଇପାରିବ।

ସମ୍ବନ୍ଧିତ ଖବର