ଇଜ୍‌ ଅଫ୍ ଡୁଇଂ ବିଜ୍‌ନେସ୍‌ ରୢାଙ୍କ୍‌: ଶ୍ରେଷ୍ଠ ୨୦ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଭାରତ

ନୂଆଦିଲ୍ଲୀ: ବ୍ୟବସାୟିକ ବାତାବରଣକୁ ଅନୁକୂଳ କରିବା ବା ଇଜ୍‌ ଅଫ୍ ଡୁଇଂ ବିଜ୍‌ନେସ୍ କ୍ଷେତ୍ରରେ ଭଲ ଉନ୍ନତି ଆଣିଥିବା ୨୦ଟି ଦେଶ ମଧ୍ୟରେ ଭାରତ ଚଳିତ ବର୍ଷ ସ୍ଥାନ ପାଇଛି। ବିଶ୍ବ ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଏହା କୁହାଯାଇଛି। ତେବେ ‌ଇଜ୍ ଅଫ୍ ଡୁଇଂ ବିଜ୍‌ନେସ୍ କ୍ଷେତ୍ରରେ ଦେଶ ଗୁଡ଼ିକର ସାମଗ୍ରିକ ରୢାଙ୍କ ଏହା ନୁହେଁ। ଦେଶ ଗୁଡ଼ିକର ସାମଗ୍ରିକ ପଏଣ୍ଟ୍ ଏବଂ ରୢାଙ୍କ ଆସନ୍ତା ଅକ୍ଟୋବର ୨୪ ତାରିଖରେ ପ୍ରକାଶ ପାଇବ। ଭାରତ ୪ଟି କ୍ଷେତ୍ରରେ ଏହାର ବ୍ୟବସାୟିକ ବାତାବରଣରେ ଉନ୍ନତି ଆଣିଛି। ସେଗୁଡ଼ିକ ହେଲା ବ୍ୟବସାୟ ଆରମ୍ଭ କରିବା, ଦେବାଳିଆର ସମାଧାନ କରିବା, ଅନ୍ତର୍ଜାତୀୟ ବଜାରରେ ସାମଗ୍ରୀ ବିକ୍ରି କରିବା ଏବଂ ନିର୍ମାଣ ଅନୁମତି। ୨୦୧୮ ଜୁନ୍‌ରୁ ୨୦୧୯ ମେ’ ମାସର ତଥ୍ୟକୁ ବିଚାରକୁ ନେଇ ବିଶ୍ବ ବ୍ୟାଙ୍କ ବ୍ୟବସାୟିକ ବାତାବରଣ କ୍ଷେତ୍ରରେ ସର୍ବାଧିକ ଉନ୍ନତି ଆଣିଥିବା ‌‌ଶ୍ରେଷ୍ଠ ୨୦ ଦେଶର ତାଲିକା ପ୍ରସ୍ତୁତ କରିଛି।

ସମ୍ବନ୍ଧିତ ଖବର