ଏଆର୍‌ସିସିରେ ରାଜୀବଙ୍କ ସଫଳତା

ଭୁବନେଶ୍ବର: ଥାଇଲାଣ୍ଡର ଚାଙ୍ଗ୍ ଇଣ୍ଟରନ୍ୟାସନାଲ ସର୍କିଟରେ ଆରମ୍ଭ ହୋଇଥିବା ଏଫଆଇଏମ୍ ଏସିଆ ରୋଡ୍‌ ରେସିଂ ଚାମ୍ପିଅନସିପ୍‌(ଏଆରଆରସି)ରେ ଭାରତକୁ ମିଶ୍ରିତ ଫଳ ମିଳିଛି। ଭାରତର ଏକମାତ୍ର ଟିମ୍ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଚାଳକ ରାଜୀବ ସେତୁ ଓ ସେନ୍ଥିଲ କୁମାର ଉନ୍ନତ ପ୍ରଦର୍ଶନ କରିଛନ୍ତି। ଗତକାଲିର ଅଭ୍ୟାସ ବେଳେ ନିରନ୍ତର ଭାବେ ଶ୍ରେଷ୍ଠ ୧୫ ଭିତରେ ଥିବା ରାଜୀବ ଆଜିର ଯୋଗ୍ୟତା ପର୍ଯ୍ୟାୟରେ ରେକର୍ଡ ପ୍ରଦର୍ଶନ କରି ପ୍ରଥମ ଭାରତୀୟ ଚାଳକ ଭାବେ ଏପି ୨୫୦ ଶ୍ରେଣୀରେ ଶ୍ରେଷ୍ଠ ୭ରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର