ଏବେ ଆମାଜନ ପେ ମାଧ୍ୟମରେ ରେଡ୍‌ବସରୁ ଟିକେଟ କିଣିହେବ

ନୂଆଦିଲ୍ଲୀ : ଗ୍ରାହକଙ୍କୁ ନୂତନ ତତ୍କାଳ ଏବଂ ସହଜ ସୁରକ୍ଷିତ ସପିଂ ଅଭିଜ୍ଞତା ପ୍ରଦାନ ପାଇଁ ଆମାଜନ ପେ ପକ୍ଷରୁ ଏହାର ଗ୍ରାହକଙ୍କ ପାଇଁ ଏକ ନୂତନ ସୁବିଧା ଉପଲବ୍ଧ କରାଯାଉଛି। ଏହା ଅନ୍ତର୍ଗତ ଆମାଜନ ପେ ବାଲାନ୍ସ୍‌ ଗ୍ରାହକ ବିଶ୍ୱର ଏକ ନମ୍ବର ଅନ୍‌ଲାଇନ୍‌ ବସ୍‌ ଟିକେଟିଂ ପ୍ଲାଟଫର୍ମ ରେଡ୍‌ବସ୍‌ରେ ସେମାନଙ୍କର ପେ ବାଲନ୍ସ ଆକାଉଣ୍ଟ ବ୍ୟବହାର କରିପାରିବେ । ଏହା ଭାରତର ୨୩୦୦ବସ୍‌ ଅପରେଟରଙ୍କ ଦ୍ୱାରା ୭୦,୦୦୦ ରୁଟ୍‌ରେ ଗୃହୀତ ହେବ। ଆମାଜନ ଏହାର ପେ ସୁବିଧା ସମ୍ପ୍ରସାରଣ କରିବା ସହିତ ମାର୍କେଟ୍‌ ପ୍ଲେସ୍‌, ଟ୍ରାଭେଲ୍‌, ଫୁଡ୍‌ ଅଡରିଂ, ବିଲ୍‌ ପେମେଣ୍ଟ ଆଦିରେ ବହୁବିଧ ସୁବିଧା ଉପଲବ୍ଧ କରାଇପାରୁଛି। ଏବେ ଗ୍ରାହକ ଏହାର ଉପଯୋଗ କରି ଚିନ୍ତାମୁକ୍ତ ଭାବେ ବସ୍‌ ଟିକେଟ୍‌ ଅନ୍‌ଲାଇନ୍‌ରେ ବୁକିଂ କରିପାରିବେ । ଏହି ଘୋଷଣା ଅବସରରେ ଆକ୍ସେପଟାନ୍ସ୍‌ ଏବଂ ମର୍ଚ୍ଚାଣ୍ଟ ପେମେଣ୍ଟ ନିର୍ଦ୍ଦେଶକ ମାନେଶ ମହାତ୍‌ମେ କହିଛନ୍ତି ଯେ ଆମେ ଗ୍ରାହକଙ୍କର ଆବଶ୍ୟକତାକୁ ହୃଦୟଙ୍ଗମ କରି ଏହି ପ୍ଳାଟର୍ଫମ ମାଧ୍ୟମ ସେମାନଙ୍କର ପେମେଣ୍ଟ ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବାର ପ୍ରୟାସ କରୁଛୁ। ଏହା ଦ୍ୱାରା ଭାରତର ଅସଂଖ୍ୟା ଗ୍ରାହକ ବିଶେଷ ଉପକୃତ ହୋଇପାାରିବେ। ଆମେ ରେଡ୍‌ବସ୍‌ ସହିତ ମିଳିତ ହୋଇଥିବାରୁ ବିଷେଶ ଆନନ୍ଦିତ। ଏହା ଦ୍ୱାରା ଅମାଜନ ପେ ବାଲାନ୍ସ ଗ୍ରାହକ ଅନ୍‌ ଳାଇନ୍‌ ଟିକେଟ୍‌ ବୁକିଂରେ ଅନନ୍ୟ ଅଭିଜ୍ଞତା ଉପଲବ୍ଧି କରିପାରିବେ । ଆମାଜନ ପେ ଡିଜିଟାଲ ପ୍ଳାଟଫର୍ମ ସହିତ ରେଡ୍‌ବସ୍‌, ବୁକ୍‌ ମାଇଁ ଶୋ, ଫାସୋସ୍‌, ଫ୍ରେଶ୍‌ମେନ୍ୟୁ, ବକ୍ସ୍‌-୮, ହ୍ୟାପଟିକ୍‌, କୋମପରିଫାଏ, ନିକ୍କି ଆଦି ମିଳିତ ଭାବେ କାର୍ଯ୍ୟକରି ଅନନ୍ୟ ଗ୍ରାହକ ଅଭିଜ୍ଞତା ସୃଷ୍ଟି କରି ପାରୁଛନ୍ତି ।

ସମ୍ବନ୍ଧିତ ଖବର