ଓଡ଼ିଶାରେ ଲଏଡ୍‌ର ନୂଆ ଏସି: ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଉନ୍ମୋଚନ କଲେ କଂପାନିର ସିଇଓ

ଭୁବନେଶ୍ବର: ଲଏଡ୍‌ ପକ୍ଷରୁ ଓଡ଼ିଶା ବଜାରରେ ଏହାର ଗ୍ରା‌ଣ୍ଡ୍‌ ସିରିଜ୍‌ ଏୟାର କଣ୍ଡିସନର (ଏସି)କୁ ଉନ୍ମୋଚନ କରାଯାଇଛି। ଓଡ଼ିଶା ଗସ୍ତରେ ଆସିଥିବା କଂପାନିର ସିଇଓ ଶଶି ଅରୋରା ରାଜ୍‌ ଇଲେକ୍ଟ୍ରୋନିକ୍ସରେ ନୂତନ ଏସିଗୁଡ଼ିକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବଜାର। ଏସି ବଜାରରେ କଂପାନିର ସ୍ଥିତି ବହୁତ ସୁଦୃଢ଼। ଗେହଲଟ୍‌ ଠାରେ କଂପାନି ଏହାର ନୂଆ ଇନଭର୍ଟର ଏସି ଉତ୍ପାଦନ କାରଖାନା ସ୍ଥାପନ କରିଛି। ଏପ୍ରିଲ୍‌ରୁ ସେଠାରେ ଉତ୍ପାଦନ ଆରମ୍ଭ ହେବ। ତାହା ଓଡ଼ିଶା ଭଳି ଉଚ୍ଚ ଅଭିବୃଦ୍ଧିର ସମ୍ଭାବନା ଥିବା ବଜାରର ଚାହିଦା ପୂରଣ କରିବାରେ ସହାୟକ ହେବ ବୋଲି ଶ୍ରୀ ଅରୋରା କହିଛନ୍ତି। ନୂଆ ଗ୍ରାଣ୍ଡ୍ ସିରିଜ୍‌ ଏସି ଦେଖିବାକୁ ବହୁତ ସୁନ୍ଦର ହୋଇଥିବା ବେଳେ ଏହାକୁ ପ୍ରିମିୟମ୍ ଡିଜାଇନ୍ ଓ ମଟେ୍‌ ଫିନିସ୍‌ ପ୍ରଦାନ କରାଯାଇଛି। ଏଥିରେ ରାପିଡ୍‌ କୁଲିଂ ପ୍ରଯୁକ୍ତି ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି। ଗତ ଦୀପାବଳି ସମୟରେ କଂପାନି ୟୁଏଲ୍‌ଇଟି ଟିଭି ଆଣିଥିଲା। କଂପାନି ଏହାର ଉତ୍ପାଦ ବର୍ଗରେ ୱାସିଂ ମେସିନ୍ ଏବଂ ଚେଷ୍ଟ୍‌ ଫ୍ରିଜର୍‌ ସାମିଲ କରିବା କାର୍ଯ୍ୟ ଜାରି ରଖିଛି ବୋଲି ଶ୍ରୀ ଅରୋରା କହିଛନ୍ତି। ଏହି ଅବସରରେ ରାଜ୍‌ ଇଲେକ୍ଟ୍ରୋନିକ୍ସର ତତ୍ତ୍ବାବଧାୟକ ପ୍ରକାଶ ବିଶ୍ବାଳ, ଲଏଡ୍‌ର ଜୋନାଲ୍‌ ମୁଖ୍ୟ-ପୂର୍ବାଞ୍ଚଳ ‌ଶୈଳେନ୍ଦ୍ର କୁମାର ଏବଂ ଭୁବନେଶ୍ବର ଶାଖା ମୁଖ୍ୟ ଗୌତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର