ଓଡ଼ିଶାର ୨ ବ୍ୟକ୍ତି, ୧ ସଂସ୍ଥାକୁ ରାଷ୍ଟ୍ରୀୟ ସ୍ବୟଂସିଦ୍ଧ ସମ୍ମାନ

ନୂଆଦିଲ୍ଲୀ: ସାମାଜିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜେଏସ୍‌ପିଏଲ୍‌ ଫାଉଣ୍ଡେସନ୍ ପକ୍ଷରୁ ଆଜି ୧୭ ବ୍ୟକ୍ତି ଏବଂ ୧୦ ସଂସ୍ଥାକୁ ରାଷ୍ଟ୍ରୀୟ ସ୍ବୟଂସିଦ୍ଧ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର ୨ ବ୍ୟକ୍ତି ଓ ଗୋଟିଏ ସଂସ୍ଥାକୁ ଏହି ପୁରସ୍କାର ମିଳିଛି। ଗ୍ରାମୀଣ ବିକାଶ ପାଇଁ କେନ୍ଦୁଝରର ଗଙ୍ଗାଧର ରାଉତ, ସ୍ବାସ୍ଥ୍ୟ (ସଂସ୍ଥା) ପାଇଁ କଳାହାଣ୍ଡିର ସ୍ବାସ୍ଥ୍ୟ ସ୍ବରାଜ ଓ ଭୁବନେଶ୍ବର ସୁମୋନା କାର୍ଜି ମିଶ୍ରଙ୍କୁ ଏହି ଅନିଭବ ବର୍ଗରେ ପୁରସ୍କୃତ କରାଯାଇଛି। ୧୦ଟି ବର୍ଗରେ ଜଣେ ବ୍ୟକ୍ତି ଓ ଗୋଟିଏ ସଂସ୍ଥା ହିସାବରେ ୨୦ଟି ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ‌ଲେଖାଏଁ ପ୍ରଦାନ କରାଯାଇଛି। ଏହି ଅବସରରେ ଜେଏସ୍‌ପିଏଲ୍‌ର ଚେୟାରପର୍ସନ୍‌ ଏମେରିଟସ୍‌ ସାବିତ୍ରୀ ଜିନ୍ଦଲ, ଅଧ୍ୟକ୍ଷ ନବୀନ ଜିନ୍ଦଲ, ଜେଏସ୍‌ପିଏଲ୍‌ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ, ପଦ୍ମ ବିଭୂଷଣ ଡକ୍ଟର ରଘୁନାଥ ମହାପାତ୍ର ଓ ଆଭେ ଓସ୍ବାଲ୍ ଗ୍ରୁପ୍‌ର ଅଧ୍ୟକ୍ଷତା ଅରୁଣା ଓସ୍ବାଲ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର