କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ବୃଦ୍ଧି କଲା ଆୟକର ବିଭାଗ

ନୂଆଦିଲ୍ଲୀ :  ଦେଶରେ କରୋନା ମହାମାରୀର ୨ୟ ଲହର ଯ଼ୋଗୁଁ ଟିକସଦାତା ମାନେ ପ୍ରଭାବିତ ହୋଇଥିବାରୁ ଆୟକର ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ୨ ମାସ ପର୍ୟ଼୍ୟନ୍ତ ବୃଦ୍ଧି କରିଛନ୍ତି ।

ଆୟକର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବ୍ୟକ୍ତିଗତ ଆୟକରଦାତାମାନଙ୍କ ପାଇଁ ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ୩୧ ଜୁଲାଇ ଥିବାବେଳେ ତାହାକୁ ୩୦ ସେପ୍ଟେମ୍ବରକୁ ବୃଦ୍ଧି କରାଯ଼ାଇଛି । ପୁଣି ଯ଼େଉଁମାନଙ୍କ ଆକାଉଣ୍ଟ ଅଡିଟ ଯ଼ୋଗ୍ୟ ସେମାନଙ୍କର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ଅକ୍ଟୋବର ୩୧କୁ ବୃଦ୍ଧି କରାଯ଼ାଇଛି ।

ଏଠାରେ ଉଲ୍ଲେଖଯ଼ୋଗ୍ୟ ଯ଼େ ଗତ ବର୍ଷ କରୋନାର ପ୍ରଥମ ଲହର ବେଳେ ସାରାଦେଶରେ ଲକଡାଉନ ଘୋଷଣା କରାଯ଼ାଇଥିଲା । ଏହାକୁ ଦୃଷ୍ଟିରେ ରଖି ଆୟକର ବିଭାଗ ପକ୍ଷରୁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ବଢାଇଦିଆଯ଼ାଇଥିଲା । ଏବର୍ଷ ୨ୟ ଲହରୀ ଆସିବା ପରେ ଶେଷତାରିଖକୁ ବଢାଇବାକୁ ଟିକସଦାତାମାନେ ଦାବି କରିଆସୁଥିଲେ । ସେମାନଙ୍କ ଦାବିକୁ ସମ୍ମାନ ଜଣାଇ ଆୟକର ବିଭାଗ ପକ୍ଷରୁ ଉପରୋକ୍ତ ନିଷ୍ପତ୍ତି ନିଆଯ଼ାଇଛି ।

ସମ୍ବନ୍ଧିତ ଖବର