କେରଳକୁ ଆହ୍ଲାବାଦ ବ୍ୟାଙ୍କ କର୍ମଚାରୀଙ୍କ ଦାନ

କୋଲକାତା: ରାଷ୍ଟ୍ରାୟତ୍ତ ଆହ୍ଲାବାଦ ବ୍ୟାଙ୍କର କର୍ମଚାରୀମାନେ କେରଳ ବନ୍ୟା ପୀଡ଼ିତଙ୍କୁ ୩.୩୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବ୍ୟାଙ୍କର ଦେଶବ୍ୟାପୀ କର୍ମଚାରୀମାନଙ୍କଠାରୁ ସେମାନଙ୍କର ଗୋଟିଏ ଦିନର ଦରମା ଏ ବାବଦରେ ସଂଗ୍ରହ କରାଯାଇଛି। କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଏହି ରାଶି ବାବଦ ଚେକ୍‌ ପ୍ରଦାନ କରାଯାଇଛି। ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଏସ. ହରିଶଙ୍କର କେରଳ ଶିଳ୍ପମନ୍ତ୍ରୀ ଇ. ପି. ଜୟରାଜନ୍‌ଙ୍କୁ ଭେଟି ଏହି ରାଶି ପ୍ରଦାନ କରିଛନ୍ତି। କେରଳ ପାଇଁ ବ୍ୟାଙ୍କ ପକ୍ଷରୁ ଋଣ ପୁନର୍ଗଠନ, ଘର ମରାମତି ପାଇଁ ଅଧିକ ଋଣ, ସୁଧ ହାର, ପ୍ରୋସେସିଂ ଫି ଓ ଅନ୍ୟାନ୍ୟ ଚାର୍ଜରେ ସ୍ୱତନ୍ତ୍ର ରିହାତି ଆଦି ସୁବିଧା ଯୋଗାଇ ଦେବାକୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର