କ୍ରମାଗତ ୩ୟ ଦିନ ପାଇଁ ତେଲଦର ବୃଦ୍ଧି, ପେଟ୍ରୋଲ ୧୯-୨୧ ପଇସା ଓ ଡିଜେଲ ୧୮ ପଇସା ବଢିଲା

ନୂଆଦିଲ୍ଲୀ : କ୍ରମାଗତ ୧୪ ତମ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ଦେଶର ବୃହତ୍ତମ ତୈଳ ମାର୍କେଟିଂ କମ୍ପାନି ଇଣ୍ଡିଆନ ଅଏଲ ଆଜି ପେଟ୍ରୋଲ ୧୯ରୁ ୨୧ ପଇସା ଓ ଡିଜେଲ ୧୮ପଇସା ହ୍ରାସ କରିଛି ।¬
ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୭୬ ଟଙ୍କା ୯୫ ପଇସା ଓ ଡିଜେଲ ଦର ୬୮ ଟଙ୍କା ୬୧ ପଇସାକୁ ହ୍ରାସ ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୪ ଟଙ୍କା ୩୩ ପଇସା ଓ ଡିଜେଲ ୭୨ ଟଙ୍କା ୮୦ ପଇସାରେ ପହଞ୍ଚିଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୫ ଟଙ୍କା ୭୭ ପଇସା ଓ ଡିଜେଲ ୭୩ ଟଙ୍କା ୫୫ ପଇସାରେ ପହଞ୍ଚିଛି । ତେବେ ରାଜ୍ୟ ଭାଟ୍‌ ଦୃଷ୍ଟିରୁ ଏହି ଦରରେ ସାମାନ୍ୟ ତାରତମ୍ୟ ହୋଇପାରେ । ଗତ ମେ ୩୦ରେ ପ୍ରଥମ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ୧ ପଇସା ଲେଖାଏଁ ହ୍ରାସ ପାଇଥିଲା । ତେବେ ଏହାକୁ ନେଇ ସାରା ଦେଶରେ ସରକାରଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (ଇଣ୍ଡିଆନ ବାସ୍କେଟ୍‌)ର ମୂଲ୍ୟ ୭୨.୪୮ ଡଲାର ରହିଛି ।

ସମ୍ବନ୍ଧିତ ଖବର